ଶ୍ରୀମନ୍ଦିରରେ ପାନ , ଗୁଟଖା ଉପରେ କଟକଣା


 ଶ୍ରୀମନ୍ଦିରରେ ପାନ , ଗୁଟଖା ଉପରେ କଟକଣା । 


ପାନ , ଗୁଟଖା ବ୍ୟାନ୍ କରିଛି ଶ୍ରୀମନ୍ଦିର ପ୍ରଶାସନ । 


ବରାହ ପୁରାଣ ଆଧାରରେ କଟକଣା ଲଗାଯାଇଥିବା ନେଇ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ।


ଜାନୁଆରୀ ୧ ରୁ ଡ୍ରେସକୋଡ୍ ନିୟମ ଲାଗୁ ହେବା ଭଳି ଏକ ଖବର ଆସିବା ପରେ ଏବେ ପାନ ଗୁଟଖା କୁ ମଧ୍ୟ ବ୍ୟାନ୍ କରାଯିବ ଶ୍ରୀମନ୍ଦିର ଭିତରେ । କେହି ଶ୍ରୀମନ୍ଦିର ଭିତରେ ପାନ ଗୁଟଖା ଖାଇ ପାରିବେ ନାହିଁ କିମ୍ବା ଛେପ ପକାଇ ପାରିବେ ନାହିଁ  । ଯଦି କେହି ଏପରି କରି ନିୟମକୁ ଉଲ୍ଲଂଘନ କରନ୍ତି ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କେବଳ ଯେ ଭକ୍ତ ନୁହେଁ ସେବାୟତ ମାନଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେବ । କୌଣସି ସେବାୟତ ଶ୍ରୀମନ୍ଦିର ଭିତରେ ପାନ, ଗୁଟଖା ଖାଇବେ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ନିୟମ ଲାଗୁ କରିଛି । ତେବେ ଶ୍ରୀମନ୍ଦିର ମଧ୍ୟରେ ସଂସ୍କାର ଆଣିବା ପାଇଁ  ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ ଶ୍ରୀମନ୍ଦିର ପ୍ରଶାସନ ହାତକୁ ନେଇଥିବା ବେଳେ ପାନ , ଗୁଟଖା ଉପରେ ମଧ୍ୟ ନିୟମ ଲାଗୁ କରାଯାଉଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done