ପ୍ରତ୍ୟେକ ଶିଶୁ ସ୍ୱତନ୍ତ୍ର' କାର୍ଯ୍ୟକ୍ରମ ଅନ୍ତର୍ଗତ ଭିନ୍ନକ୍ଷମ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ନବ ଦାସ ଅଡିଟୋରିଅମରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ଆବୋଲୀ ସୁନିଲ ନରୱଣେ ଯୋଗ ଦେଇଥିଲେ। ସମ୍ପୃକ୍ତ ଭିନ୍ନକ୍ଷମ ଶିଶୁମାନଙ୍କୁ ତିନିଚକିଆ ସାଇକେଲ ବିତରଣ କରିବା ସହ ଏହି ଭିନ୍ନକ୍ଷମ ଶିଶୁ ମାନଙ୍କୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ।ସେହିପରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ତୁଳାବତୀ ମିଞ୍ଜ ଓ ଝାରସୁଗୁଡ଼ା ପୋୖର ପରିଷଦ ଅଧ୍ୟକ୍ଷା ରାନୀ ହାତୀ ଶିବିରରେ ଯୋଗ ଦେଇ ଭିନ୍ନକ୍ଷମ ଶିଶୁମାନଙ୍କୁ ପୋଷାକ ବିତରଣ କରିଥିଲେ।ଶିବିରରେ ମୋଟ ୩୫୬ ଜଣ ଶିଶୁଙ୍କୁ ବିଭିନ୍ନ ପ୍ରକାରର ସେବା ସୁବିଧା ଯଥା ରାସନ କାର୍ଡ, ବସ ପାସ,ପରିଚୟ ପତ୍ର ଆଦି ପ୍ରଦାନ କରାଯାଇଛି। ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଓ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀଙ୍କ ତତ୍ୱବାଵଧାନରେ ଅନୁଷ୍ଠିତ ଶିବିର ପରିଚାଳନାରେ ସମ୍ପୃକ୍ତ ସମସ୍ତ ବିଭାଗୀୟ ଅଧିକାରୀମାନେ ସହଯୋଗ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋପଲଷ୍ମୀ ହୋତା,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପୂଣ୍ୟବତୀ ହେଲେନ ଖେସ,ଜିଲ୍ଲା ଶ୍ରମ ଅଧିକାରୀ ସୁନିତା କିସାନ, ଜିଲ୍ଲା ନିୟୋଜନ ଅଧିକାରୀ ସଂଗୀତା ଅଧିକାରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
0 Comments