ଚଳିତ ନଭେମ୍ବର ୧୭ ଓ ୧୮ତାରିଝରେ ଜିଲ୍ଲା ସ୍ତରୀୟ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହେବ । ଏ ନେଇ ଦ୍ଵିତୀୟ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଲଙ୍କେଶ୍ୱର ଅମାତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି।ମନମୋହନ ସ୍କୁଲ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ମେଳାରେ ଉଭୟ ଦିନ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ୫୦୦ସହ ଚାଷୀ ଯୋଗ ଦେବେ। ୪ଜଣ ଚାଷୀଙ୍କୁଙ୍କୁ ମେଳା ଅବସରରେ ସମ୍ବର୍ଦ୍ଧିତ କରାଯିବ। ବିଶେଷଜ୍ଞ ମାନଙ୍କ ଉପସ୍ଥିତିରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ସହ ଉଭୟ ବିଭାଗର ବିଭିନ୍ନ ଯୋଜନାକୁ ନେଇ ଜିଲ୍ଲା କଲା ସଂସ୍କୃତି ସଂଘ ପକ୍ଷରୁ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ପାଲା , ଦାସକାଠିଆ ଓ କ୍ଷୁଦ୍ର ନାଟିକା ଆଦି ପରିବେଷଣ କରାଯିବ। ଉନ୍ନତ ମାନର ଛେଳି,ଗାଈ,ଘୁଷୁରୀ, କୁକୁଡ଼ା ଓ ମାଛ ଆଦି ମେଳାରେ ପ୍ରଦର୍ଶନ କରାଯିବ। ବିଭିନ୍ନ ବିଭାଗ ପକ୍ଷରୁ ମେଳାରେ ଅଂଶ ଗ୍ରହଣ ନେଇ ଆଲୋଚନା କରାଯାଇଥିଲା।ଶେଷରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।
0 Comments