ଝାରସୁଗୁଡ଼ା ଜିଲ୍ଲା କାର୍ଯ୍ୟାଳୟରେ ମହା ସମାଧାନ ଶିବିର ଅନୁଷ୍ଠିତ


 ଝାରସୁଗୁଡ଼ା ଜିଲ୍ଲା କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ମହା ସମାଧାନ ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରରେ ୧୧୦ଟି ଅଭିଯୋଗ ଆଗତ ହୋଇଥିବା ବେଳେ ତନ୍ମଧ୍ୟରୁ ବ୍ୟକ୍ତିଗତ ୯୨ଟି ଓ ସାମୁହିକ ୧୮ଟି । ଏହି ଶିବିରରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୫ ଜଣଙ୍କୁ ୨୭ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା। ୨୦୨୨ରୁ ଏଏନ୍ଏମ୍ ଭାବରେ ନିଯୁକ୍ତି ପ୍ରାପ୍ତଙ୍କୁ ବର୍ତ୍ତମାନ ସୁଦ୍ଧା ପ୍ରାପ୍ୟ ମିଳିନଥିବା, ସରବେର୍ଣ୍ଣା ଓରାମପଡ଼ାରେ ମାଟି ଚୋରା ଚାଲାଣ, ଅଙ୍ଗନୱାଡ଼ି କେନ୍ଦ୍ରରେ ସହାୟିକା ନିଯୁକ୍ତି, କୁରେବଗା ମାଲିପଡ଼ାରୁ କିଆବନ୍ଧକୁ ରାସ୍ତା ନିର୍ମାଣ, ପଞ୍ଚଗାଁ ରେଙ୍ଗାଲିରେ ଜଳମଗ୍ନ ଚାଷ ଜମିର କ୍ଷତିପୂରଣ ପ୍ରଦାନ, ଗଣ୍ଡଘୋରା ହାଇସ୍କୁଲ ପଛପଟେ ନୂତନ ରାସ୍ତା ନିର୍ମାଣ, ବୁଡ଼ି ଅଞ୍ଚଳବାସୀଙ୍କ ଥଇଥାନ ସ୍ଥାନରେ ଅନ୍ୟ ଲୋକଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ, ବଡ଼ମାଲ ପଞ୍ଚାୟତ ୭ ନଂ ୱାର୍ଡରେ ୱାର୍ଡମେମ୍ବର ନଥିବା, ଅର୍ଡାସ୍ଥିତ ବୀଣାପାଣି ଏସ୍ଏଚଜିକୁ ୨୦୨୩-୨୪ ବର୍ଷ ପାଇଁ ଧାନ କିଣା ପାଇଁ ଅନୁମତି ଦେବା , ବିସ୍ଥାପିତ ହୋଇଥିବା ବାଘମାର(ରାମଡେରା) ଗ୍ରାମବାସୀଙ୍କୁ ଦିଆଯାଇଥିବା ଜାଗାରେ ବିଦ୍ୟୁତ୍ ଯୋଗାଣ, କିର୍ମିରା ତହସିଲ ଅନ୍ତର୍ଗତ ବିଡ଼ମାଲ ମୌଜାରେ ଗ୍ରାମ୍ୟ ଜଙ୍ଗଲରେ ବୃକ୍ଷରୋପଣ ପାଇଁ ଅନୁରୋଧ, ପାହାଡ଼ି ମନ୍ଦିର ପାର୍କ ରକ୍ଷଣାବେକ୍ଷଣ, ହିର୍ମା ମୌଜାରେ ବେଆଇନ୍ ବିକ୍ରି ହୋଇଥିବା ଜମି ଫେରସ୍ତ ପାଇଁ ଆବେଦନ, ଝାରସୁଗୁଡ଼ା ୧୦ ଓ ୧୧ ନଂ ୱାର୍ଡରେ ସର୍ବ ସାଧାରଣ ରାସ୍ତାକୁ ଜନୈକ ବ୍ୟକ୍ତିଙ୍କ ଦ୍ବାରା ଅବରୋଧ ସମ୍ପର୍କିତ ଅଭିଯୋଗ ସମ୍ପର୍କରେ ଶୁଣାଣି କରା ଯାଇଥିଲା। ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀମାନଙ୍କୁ ଅଭିଯୋଗଗୁଡ଼ିକର ସମାଧାନ କରିବାକୁ ନିର୍ଦ୍ଦେଶ ଦେବା ସହ ପୂର୍ବ ଅଭିଯୋଗଗୁଡ଼ିକର ସମାଧାନ କେତେ ହୋଇଛି ସେନେଇ ସମୀକ୍ଷା କରିଥିଲେ। ଏହି ଶିବିରରେ  ଆରକ୍ଷୀ ଅଧିକ୍ଷକ   ସ୍ମିତ୍ ପି ପରମାର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରବୀର କୁମାର ନାୟକ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଲଙ୍କେଶ୍ବର ଅମାତ, ଉପ ଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ବାଇଁ ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done