ଆଜି ଉପନିର୍ବାଚନ ପାଇଁ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ୪ଟି ବ୍ଲକ ଓ ଗୋଟିଏ ପୋୖରାଞ୍ଚଳ ପାଇଁ ପର୍ଯ୍ୟବେକ୍ଷକ ନାମ ଘୋଷଣା କଲା ବିଜେଡି


 ଝାରସୁଗୁଡା ଉପ ନିର୍ବାଚନ ପାଇଁ ରଣନୀତି ନେଇ ଦଳ ପକ୍ଷରୁ ରୁଦ୍ଧଦ୍ୱାର ବୈଠକ ।ଝାରସୁଗୁଡ଼ା ଉପନିର୍ବାଚନ ରାଜନୀତି ସରଗରମ ରହିଛି । ଭୋଟ୍ ହାତେଇବା ପାଇଁ ଝାରସୁଗୁଡ଼ାରେ ଡ଼େରା ପକାଇଲେଣି ତିନି ଦଳର ନେତା । ଏହାରି ଭିତରେ ଆଜି ବିଜେଡ଼ିର ବରିଷ୍ଠ ନେତୃମଣ୍ଡଳୀ ଝାରସୁଗୁଡ଼ାରେ ପହଞ୍ଚିଛନ୍ତି । ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ ବିଜେଡ଼ି ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ, ସାରଦା ନାୟକ ଝାରସୁଗୁଡ଼ା ଗସ୍ତ କରିଛନ୍ତି । ସେଠାରେ ଏକ ଘରୋଇ ହୋଟେଲରେ ରୁଦ୍ଧଦ୍ୱାର ବୈଠକ କରିଛନ୍ତି । ଜିଲ୍ଲା ବିଜେଡ଼ିର ବରିଷ୍ଠ କର୍ମକର୍ତାଙ୍କ ସହ ଆଲୋଚନା କରିଛନ୍ତି । ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି ସହ ଦଳର ବିଭିନ୍ନ କାର୍ଯ୍ୟ ବିଷୟରେ ବୈଠକରେ ଆଲୋଚନା କରାଯାଇଥିବା ଜଣାପଡ଼ିଛି ।

ଏହା ସହିତ ବ୍ଲକ୍ ୱାରୀ ନେତା ଙ୍କୁ ଦାୟିତ୍ଵ ବଣ୍ଟନ କରିଛି ଦଳ । ଚାରୋଟି ବ୍ଲକ ଓ ଗୋଟିଏ ମ୍ୟୁନିସିପାଲିଟି ପାଇଁ ବାରୋଟି ବିଜେଡି ନେତାଙ୍କୁ ଦାୟିତ୍ଵ ବଣ୍ଟନ କରାଯାଇଛି । ଯେଉଁଥିରେ ପାଞ୍ଚ ମନ୍ତ୍ରୀଙ୍କୁ ବିଭିନ୍ନ ବ୍ଲକ ର ଦାୟିତ୍ଵ ମିଳିଛି । କିର୍ମିରା ବ୍ଲକ ପାଇଁ ମନ୍ତ୍ରୀ ଅତନୁ ସବ୍ୟସାଚୀ ଓ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଦାୟିତ୍ଵ ଦିଆଯାଇଛି । କୋଲାବିରା ବ୍ଲକ୍ ପାଇଁ ମନ୍ତ୍ରୀ ନିରଞ୍ଜନ ପୂଜାରୀ , ଓ ବିଧାୟକ ସରୋଜ ମେହେରଙ୍କୁ ଦାୟିତ୍ଵ ଦିଆଯାଇଥିବା ବେଳେ ଝାରସୁଗୁଡ଼ା ବ୍ଳକ୍ ପାଇଁ ପଦ୍ମନାଭ ବେହେରା ଓ ଅରୁଣ ସାହୁଙ୍କୁ ଦାୟିତ୍ଵ ଦିଆଯାଇଥିବା ବେଳେ ଲଇକେରା ବ୍ଲକ୍ ପାଇଁ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଓ ଦିବ୍ୟଶଙ୍କର ମିଶ୍ରଙ୍କୁ ଦାୟିତ୍ଵ ମିଳିଛି । ଝାରସୁଗୁଡ଼ା ମ୍ୟୁନିସିପାଲିଟି ପାଇଁ ପ୍ରତାପ ଜେନା , ପୁଷ୍ପେନ୍ଦ୍ର ସିଂହ ଦେଓ, ସ୍ନେହାଙ୍ଗିନୀ ଛୁରିଆ, ରିତା ସାହୁ ଙ୍କୁ ଦାୟିତ୍ଵ ମିଳିଥିବା ବିଜେଡି ପକ୍ଷରୁ ସୂଚନା ରହିଛି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done