ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ: କଡାକଡି ହେଲା ନିୟମ


 ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ । ଏଣିକି  ଓଡ଼ିଶାର ପ୍ରତ୍ୟେକ ଦୋକାନର ନାମ ଫଳକ ଲେଖା ହେବ ଓଡ଼ିଆ ଭାଷାରେ । ଓଡ଼ିଆ ଭାଷା କୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି । ବାଧ୍ୟତାମୂଳକ ହେବ ଓଡ଼ିଆରେ ନାମ ଫଳକ ଲେଖିବା । ଓଡ଼ିଶା ର ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ରେ ଓଡ଼ିଆ ରେ ନାମ ଫଳକ ଲେଖିବେ । ଯେଉଁ ମାନେ ଏହାର ଖିଲାପ କରିବେ ସେମାନଙ୍କୁ ସାତ ଦିନିଆ ନୋଟିସ୍ ଦିଆଯିବ । ଏହାପରେ ମଧ୍ୟ ସେମାନେ ଯଦି ଓଡ଼ିଆ ରେ ନାମଫଳକ ନ ଲେଖନ୍ତି ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜରିମାନା ସହିତ ଆବଶ୍ୟକ ସ୍ଥଳେ ଦୋକାନ ବା ସଂସ୍ଥାର ଲାଇସେନ୍ସ ରଦ୍ଦ କରାଯିବ । ଚଳିତ ମାସ ସୁଦ୍ଧା ନିୟମ ପାଳନ ନ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶନାମା ଜାରୀ କରାଯାଇଛି । ଏନେଇ ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ନିୟମ କେମିତି କଡାକଡି ପାଳନ କରାଯିବ ସେନେଇ ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ପୌରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ ତଦାରଖ କରିବେ । ପ୍ରଥମ ଥର ଖିଲାପକାରୀ ୫୦୦୦ ଟଙ୍କା ଲେଖାଏଁ ଜରିମାନା ଦେବେ । ଦ୍ଵିତୀୟ ଥର ଖିଲାପକାରି ଙ୍କ ୨୫୦୦୦ ଟଙ୍କା ଲେଖାଏଁ  ଜରିମାନା ଦେବାକୁ ପଡିବ । ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ  ଶ୍ରମ ଅଧିକାରୀ, ଜିଲ୍ଲା ପୌରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବଜାର ଦୋକାନ ବାଣିଜ୍ୟ ସଙ୍ଘ ସହିତ ପ୍ରତ୍ୟେକ ମାସରେ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକ ରେ ନାମ ଫଳକକୁ ନେଇ ନିୟମ ସଠିକ୍ ଭାବରେ ପାଳନ କରାଯାଉଛି କି ନାହିଁ ତାହା ଜିଲ୍ଲା ଶ୍ରମ ଅଧିକାରୀ ଓ ନିର୍ବାହୀ ଅଧିକାରୀ ସମୀକ୍ଷା କରିବେ ଏବଂ ନିୟମ କୁ ବଳବତ୍ତର ରଖିବା ପାଇଁ ସମସ୍ତଙ୍କୁ ସଚେତନ କରାଇବେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done