ଝାରସୁଗୁଡା ଉପନିର୍ବାଚନରୁ ବାଦ୍ ପଡିଲେ ସୁଶାନ୍ତ ସିଂ ।


 ଝାରସୁଗୁଡ଼ା ଉପନିର୍ବାଚନ ହେବିୱେଟ୍ ତାଲିକାରୁ ବାଦ୍ ପଡିଲେ ସୁଶାନ୍ତ ସିଂ । ସମାଲୋଚନା ପାଇଁ ବିରୋଧୀଙ୍କୁ ମିଳିଲା ସୁଯୋଗ ।

କାହିଁକି ହେବିୱେଟ୍ ତାଲିକାରୁ ବାଦ୍ ପଡିଲେ ସୁଶାନ୍ତ ସିଂ ଏବେ ଏହା ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପୁରା ଦମ୍ ରେ ଲାଗି ପଡ଼ିଛି ବିଜେଡି । କେଉଁ ଅଞ୍ଚଳ କିଏ ସମ୍ଭାଳିବ, କେଉଁ ଦାୟିତ୍ଵ ରେ କିଏ ରହିବେ ଗୋଟେ ଗୋଟେ କରି ନେତାଙ୍କୁ ଦାୟିତ୍ଵ ଦେଉଛି ଦଳ । ନେତାଗଣ ଏବେ ନିର୍ବାଚନୀ ମୈଦାନ ମୁହଁ। ହେଲେଣି । ହେଲେ ବିଜେଡିର ପଶ୍ଚିମ ଓଡ଼ିଶା ଟାଣୁଆ ନେତା ସୁଶାନ୍ତ ସିଂ କାହିଁ ? ବାଦ୍ ପଡିଛନ୍ତି ସେ ନିର୍ବାଚନୀ ପ୍ରଚାର ରୁ । ତେବେ ତାଙ୍କର ଅନୁପସ୍ଥିତି କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ନିକଟରେ ହୋଇଥିବା ଦୁଇ ଦୁଇ ଟା ଉପ ନିର୍ବାଚନରେ ଦଳୀୟ ପ୍ରାର୍ଥୀକୁ ଜିତାଇବା ପାଇଁ ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ସୁଶାନ୍ତ ସିଂ ପ୍ରଚାର ପାଇଁ ଆଗରେ ରହୁଥିଲେ । ଏମିତି କି ସେ ସମୟରେ ସୁଶାନ୍ତ ସିଂ ଙ୍କୁ ପାଖରେ ବସାଇ ଭିନ୍ନ ବାର୍ତ୍ତା ଦେଉଥିଲେ ସୁପ୍ରିମୋ । ଆଉ ସେହି ସମୟରେ ସୁଶାନ୍ତ ଙ୍କୁ ସିଂ ଇଜ୍ କିଙ୍ଗ କୁହାଯାଉଥିଲା । ଏବଂ ସେ ଦଳ ର ଭରସା କୁ ରଖିଥିଲେ ଏବଂ ଦଳ ବିଜୟୀ ମଧ୍ୟ ହୋଇଥିଲା । କିନ୍ତୁ  ଏବେ ବରଗଡ଼ ସାଂସଦୀୟ  କ୍ଷେତ୍ରରେ ଥିବା ଝାରସୁଗୁଡ଼ା ବିଧାନସଭା ଆସନ ଉପ ନିର୍ବାଚନ ହେବାକୁ ଯାଇଥିବା ବେଳେ ସୁଶାନ୍ତ ସିଂ ଙ୍କ ଦେଖା ମିଳୁନାହିଁ । ଯାହା ବର୍ତ୍ତମାନ ରାଜନୀତି କ୍ଷେତ୍ରରେ ଚର୍ଚ୍ଚା ର ବିଷୟ ପାଲଟିଛି । ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଯେତେବେଳ ଦଳ ଜୋରଦାର ପ୍ରସ୍ତୁତି କରୁଛି , କେଉଁ ନେତା କେଉଁ ଦାୟିତ୍ୱ ରେ ରହିବେ ଦଳ ପକ୍ଷରୁ ବଣ୍ଟା ଯାଇଛି ସେତେବେଳ ସୁଶାନ୍ତ ସିଂ ଙ୍କ ନାମ ତାଲିକାରେ ନଥିବା ଚର୍ଚ୍ଚା କୁ ଖୋରାକ୍ ଯୋଗାଇଛି । ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ହୋଇଥିଲେ ବି ଝାରସୁଗୁଡ଼ାରେ ତାଙ୍କୁ ଦେଖିବାକୁ ନ ମିଳିବା ବିରୋଧୀଙ୍କୁ ସମାଲୋଚନା ପାଇଁ ଏକ ସୁଯୋଗ ଆଣି ଦେଇଛି । ବିଜେପି ନେତା ପୃଥ୍ବୀରାଜ୍ ହରିଚନ୍ଦନ ଅଭିଯୋଗ କରିଛନ୍ତି ଯେ ଜାଣିଶୁଣି ବିଜେଡି ନେତାଙ୍କୁ ପର୍ଯ୍ୟବେକ୍ଷକ ତାଲିକାରୁ ବାଦ୍ ଦିଆଯାଇଛି । ନବ ଦାସ୍ ଙ୍କ ହତ୍ୟାକାଣ୍ଡ ରେ ସଂପୃକ୍ତି ଥିବା ନେଇ ରାଜ୍ୟ ସରକାର ସ୍ବୀକାର କରିଛନ୍ତି ।  ତେଣୁ ନବ ଦାସଙ୍କ ସମର୍ଥକ ସୁଶାନ୍ତ ସିଂ ଝାରସୁଗୁଡ଼ା ଆସି ପ୍ରଚାର କରନ୍ତୁ ବୋଲି ଚାହୁଁ ନ ଥିବା ଚର୍ଚ୍ଚା ହେଉଛି । ଅନ୍ୟପଟେ କଂଗ୍ରେସ ନେତା ସୁର ରାଉତରାୟ ମଧ୍ୟ ସୁଶାନ୍ତ ଙ୍କୁ ତାଲିକା ରୁ କାହିଁକି ବାଦ୍ ଦିଆଗଲା ବୋଲି ପ୍ରଶ୍ନ କରିଛନ୍ତି । କିନ୍ତୁ ଦଳ ବିରୋଧୀଙ୍କ ଅଭିଯୋଗ କୁ ଖଣ୍ଡନ କରୁଛି । ତେବେ ସୁଶାନ୍ତ ସିଂଙ୍କ ନାଁ ତାଲିକା ରେ ନଥିବା ପଛରେ ଅନେକ କାରଣ ଥିବା ଚର୍ଚ୍ଚା ହେଉଛି । ପୂର୍ବରୁ ସୁଶାନ୍ତ ସିଂ ଏବଂ ନବ ଦାସ୍ ଙ୍କ ମଧ୍ୟରେ ବିବାଦ ରହିଥିବା ଚର୍ଚ୍ଚା ହେଉଥିବା ବେଳେ ଶାସକ ଦଳ ସୁଶାନ୍ତ ଙ୍କୁ ସାମ୍ନା କୁ ଆଣି କୌଣସି ରିସ୍କ ନେବା ପାଇଁ ଚାହୁଁ ନ ଥିବା କୁହାଯାଇଛି । ତେବେ ସେ ଯାହା ବି ହେଉ କଣ ପାଇଁ ସୁଶାନ୍ତ ସିଂ ଏହି ତାଲିକାରୁ ବାଦ୍ ପଡିଛନ୍ତି ତାହା ଆଗକୁ ସ୍ପଷ୍ଟ ହୋଇପାରେ ବୋଲି ଆଶା ପ୍ରକାଶ କରାଯାଉଛି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done