ଉପ ନିର୍ବାଚନ ସକାଶେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶିତ ହୋଇଛି।


 ୦୭-ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ  ଉପ ନିର୍ବାଚନ ସକାଶେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶିତ  ହୋଇଛି। ତାଲିକା ଅନୁସାରେ ମୋଟ  ନ' ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ। ସ୍ବଛ ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନା ପାଇଁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶିକାର ଅନୁପାଳନ ହେଉଛି କି ନାହିଁ ତଦାରଖ ପାଇଁ ଜିଲ୍ଲାରେ ସାଧାରଣ ପର୍ଯ୍ୟବେକ୍ଷକ ପହଞ୍ଚିଛନ୍ତି। ସେହିପରି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କାର୍ଯ୍ୟ ତଦାରଖ ସକାଶେ ପୁଲିସ ପର୍ଯ୍ୟବେକ୍ଷକ ମଧ୍ୟ ପହଞ୍ଚିଛନ୍ତି । ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ବୈଠକରେ ସାଧାରଣ ପର୍ଯ୍ୟବେକ୍ଷକ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଦେଓ କ୍ରିଷ୍ଣା ତିୱାରୀ ଏବଂ ପୁଲିସ ପର୍ଯ୍ୟବେକ୍ଷକ  ଭାରତୀୟ ପୁଲିସ ସେବା ଅଧିକାରୀ ହମିଦ ଅଖତର         ପ୍ରତିଦ୍ବତିତା କରୁଥିବା ପ୍ରାର୍ଥୀମାନଙ୍କ ସହ ଆଲୋଚନା ଅବସରରେ ସ୍ବଛ , ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନା ପାଇଁ   ସମସ୍ତଙ୍କର ସହଯୋଗ କାମନା କରିଛନ୍ତି। ଆଦର୍ଶ ଆଚରଣ ବିଧି ଉଲଂଘନ ହେଉଥିଲେ ସି ଭିଜିଲ ଆପ ମାଧ୍ୟମରେ ଅଭିଯୋଗ ଦାଖଲ ପାଇଁ ପ୍ରାର୍ଥୀମାନଙ୍କୁ ପରାମର୍ଶ ଦିଆଯାଇଛି। ନିର୍ବାଚନ ପରିପ୍ରେକ୍ଷୀରେ କଣ କରାଯିବ ଓ କଣ କରା ନଯିବ ସେ ସମ୍ପର୍କରେ ପ୍ରାର୍ଥୀମାନଙ୍କୁ ଅବଗତ କରାଯାଇଥିଲା ।  ନିର୍ବାଚନ ସଂକ୍ରାନ୍ତରେ କୌଣସି ସାଧାରଣ ଅଭିଯୋଗ ଥିଲେ ସାଧାରଣ ପର୍ଯ୍ୟବେକ୍ଷକଙ୍କୁ ମୋବାଇଲ ନମ୍ବର ୮୮୯୫୮୩୨୯୬୭ଙ୍କୁ ଯୋଗାଯୋଗ କରାଯାଇପାରିବ । ସେହିପରି ପୁଲିସ ପର୍ଯ୍ୟବେକ୍ଷକଙ୍କୁ ମୋବାଇଲ ନମ୍ବର ୮୪୮୦୪୪୫୧୨୫ ଯୋଗେ ଯୋଗାଯୋଗ କରାଯାଇପାରିବ। କାର୍ଯ୍ୟ ଦିବସରେ ଉଭୟ ପର୍ଯ୍ୟବେକ୍ଷକଙ୍କୁ ଜିଲ୍ଲା କାର୍ଯ୍ୟାଳୟ ସ୍ଥିତ ପ୍ରଥମ     ମହଲାରେ ପର୍ଯ୍ୟବେକ୍ଷକ ଙ୍କ ପ୍ରକୋଷ୍ଠରେ ଦିନ ଦଶଟାରୁ ଦିନ ସାଢ଼େ ଏଗାରଟା ମଧ୍ୟରେ ସାକ୍ଷାତ କରାଯାଇପାରିବ । ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଅବୋଲୀ ସୁନିଲ ନରୱଣେ , ଆରକ୍ଷୀ ଅଧିକ୍ଷକ ସ୍ମିତ ପି. ପରମାର , ଅତିରିକ୍ତ ଜିଲ୍ଲାପାଳ ପ୍ରବୀର କୁମାର ନାୟକ , ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ବାଇଁଙ୍କ ସମେତ ପ୍ରାର୍ଥୀ ଓ      ସେମାନଙ୍କର ପ୍ରତିନିଧି ଉପସ୍ଥିତ ଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done