ଆରମ୍ଭ ହେଲାଣି ପ୍ରଚାର ପ୍ରସାର । ଝାରସୁଗୁଡ଼ା ବିଧାନସଭା ଅଞ୍ଚଳ ଯେପରି ସାଜିଛି ରାଜନୈତିକ ଦଳଙ୍କ ରଣ ଭୂମି । ଯେଉଁଠି ଦେଖିଲେ ଦେଖିବାକୁ ମିଳୁଛି ରାଜନୈତିକ ଦଳଙ୍କ ଉପସ୍ଥିତି । ଝାରସୁଗୁଡ଼ା ଜିଲ୍ଲାରେ ମେ 10 ତାରିଖ ରେ ହେବାକୁ ଯାଉଛି ଉପନିର୍ବାଚନ l ଏହି ନିର୍ବାଚନ କୁ ନେଇ ତିନୋଟି ଦଳ ବିଜେଡି,ବିଜେପି ଏବଂ କଂଗ୍ରେସ ବହୁ ଜୋର୍ ସୋର ରେ ଲାଗି ପଡିଛନ୍ତି ପ୍ରଚାର ପ୍ରସାର ରେ l ଏଥର ପାର୍ଥି ଙ୍କ ସହ ମଇଦାନ କୁ ଓହ୍ଲାଇବେ ସବୁ ଦଳ ର ଷ୍ଟାର୍ କ୍ୟାମ୍ପେନର l ଭୋଟର ଙ୍କ ମନ କିଣିବାକୁ ଉଦ୍ୟମ ଚଲାଇଛନ୍ତି ତିନି ଦଳ ର ପାର୍ଥୀ l ବିଜେଡି ପାର୍ଥିନୀ ଦିପାଲି ଦାସ୍ ଭୋଟର ଙ୍କ ମନ ଜିଣିବା ପାଇଁ ସବୁ ପ୍ରକାର ଚେଷ୍ଟା କରିଛନ୍ତି l କେତେ ବେଳେ କର୍ମୀ ସମ୍ମିଳନୀ ରେ ତ କେତେବେଳେ କ୍ରିକେଟ ପଡ଼ିଆରେ l ଭିନ୍ନ ଭିନ୍ନ ଅନ୍ଦାଜ ରେ ଦିପାଲି ଙ୍କୁ ଦେଖିବାକୁ ମିଳୁଛି l ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟ ଙ୍କର ବିକାଶ ମୂଳକ କାମ ଓ ବାପା ଙ୍କର ଲୋକ ପ୍ରିୟତା କୁ ଆଧାର କରି ଲୋକଙ୍କ ପାଖକୁ ଯାଉଛନ୍ତି ଦିପାଲି l ଠିକ୍ ସେହିପରି ବିଜେପି ପାର୍ଥୀ ଟଙ୍କଧର ତ୍ରିପାଠୀ ମଧ୍ୟ ନିଜର ପ୍ରଚାରକୁ ଜୋର୍ କରିଛନ୍ତି l ଦେବାଡିହି ଠାରେ ଏକ ହନୁମାନ ମନ୍ଦିର ରେ ଦର୍ଶନ ସାରି ସେ ନିଜର ପ୍ରଚାର ଆରମ୍ଭ କରିଛନ୍ତି l ଘର ଘର ବୁଲି ଭୋଟ ମାଗି ଥିଲେ l ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଓ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସମସ୍ୟା କୁ ପ୍ରସଙ୍ଗ କରି ଲୋକଙ୍କ ପାଖକୁ ଯାଉଛନ୍ତି ବିଜେପି ପାର୍ଥୀ ଟଙ୍କଧର ତ୍ରିପାଠୀ l କଂଗ୍ରେସ ପାର୍ଥୀ ତରୁଣ ପାଣ୍ଡେ ମଧ୍ଯ ନିଜର ଚେଷ୍ଟା ଜାରି ରଖିଛନ୍ତି l କର୍ମୀ ସମ୍ମିଳନୀ ସହ ଚଳାଇଛନ୍ତି ଡୋର ଟୁ ଡୋର କ୍ୟାମ୍ପନିଂ l ଲଇକରା ବ୍ଲକ୍ ର ପାନପାଲି ଗ୍ରାମରେ କଂଗ୍ରେସ ତାର କର୍ମୀ ସମ୍ମିଳନୀ କରିଥିଲେ l ଏବେ ଦେଖିବାର ଅଛି କେଉଁ ଦଳ ଲୋକଙ୍କ ମନ କୁ ଜିଣି ବିଜୟୀ ହେଉଛି l
0 Comments