ଝାରସୁଗୁଡା ଉପନିର୍ବାଚନ: କାରରୁ ମିଳିଲା 3.48 ଲକ୍ଷ


 ଝାରସୁଗୁଡା ଉପନିର୍ବାଚନ ପରିପ୍ରେକ୍ଷୀରେ ଫ୍ଲାଇଙ୍ଗ ସ୍କ୍ୱାଡ଼ ଓ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାଞ୍ଚ ଚାଲିଛିl ଆଜି ସନ୍ଧ୍ୟାରେ ସମ୍ବଲପୁର-ଝାରସୁଗୁଡା ବିଜୁ ଏକ୍ସପ୍ରେସ ୱେର ଖେରୁଆଲ ନିକଟରେ ଯାଞ୍ଚ ବେଳେ ଏକ କାରରୁ 3.48 ଲକ୍ଷ ଟଙ୍କା ଜବତ କରାଯାଇଛିl ଏହି ଜବତ ସମୟର ଭିଡିଓଗ୍ରାଫି ହୋଇଥିବା ବେଳେ ଟଙ୍କାକୁ ଟ୍ରେଜେରିରେ ଜମା କରାଯାଇଛିl ଏହି ଘଟଣାରେ ପୁଲିସ ଟଙ୍କା ମିଳିଥିବା କାର(ଓଡି 15 ଭି 2554)କୁ ଜବତ କରିଥିବା ବେଳେ ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ଉଲୁଣ୍ଡା ଗ୍ରାମର ଅଖିଳ ପଟେଲକୁ ଅଟକ ରଖିଛିl ଉଲ୍ଲେଖଯୋଗ୍ୟ, 3 ଦିନ ତଳେ ଏୟାରପୋର୍ଟ ଥାନା ତଳପଟିଆ ଅଞ୍ଚଳରୁ କାର ସହ ନଗଦ 2 ଲକ୍ଷ ଟଙ୍କା ଜବତ ହୋଇଥିଲାl

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done