କୋଲାବିରା ଡ଼ିଗ୍ରୀ କଲେଜର 29ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି l ଏହି ଅବସରେ କୋଲାବିରା ଜମିଦାର ସହିଦ ବୀର କରୁଣାକର ସିଂ ନାଏକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପୂଜାର୍ଚ୍ଛନା ପରେ ଛାତ୍ରଛାତ୍ରୀ ମାନେ ଏକ ବିଶାଳ ଶୋଭାଯାତ୍ରାରେ ମଶାଲ ଆଣି ପ୍ରତିଯୋଗିତା ସ୍ଥଳରେ ସ୍ଥାପନ କରାଯାଇଥିଲା l ଇତିହାସ ବିଭାଗର ମୁଖ୍ୟ ତଥା କଲେଜର କ୍ରୀଡା ସଂଯୋଜକ ସରୋଜ କୁମାର ପଟେଲଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶୀଲ କୁମାର ନାୟକ ମୁଖ୍ୟଅତିଥି ଭାବେ ଯୋଗଦାନ କରି କ୍ରୀଡା ପତାକା ଉତ୍ତୋଳନ ପୂର୍ବକ ଏହାକୁ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ନୃପରାଜ ଭୋଇ, ଲବ ପ୍ରଧାନ, ସୁମନ୍ତ ପଟେଲ ଯୋଗଦେଇଥିଲେ l 2ୟ ଦିବସରେ ପୁରୁଷ ହକି ବିଶ୍ୱକପ ଓଡିଶାରେ ଅଯୋଜିତ ହେବାକୁ ନେଇ ମହାବିଦ୍ୟାଳୟ ଛାତ୍ରଛାତ୍ରୀ,ଅଧ୍ୟାପକ, କର୍ମଚାରୀ କଲେଜ ପରିସରରୁ ଏକ ବିଶାଳ ଶୋଭାଯାତ୍ରା ବାହାରି କୋଲାବିରା ଗ୍ରାମ ପରିକ୍ରମା କରି ହକି ବିଶ୍ୱକପର ପଚାର ପ୍ରସାର, ହକି ଖେଳ ପ୍ରତି ଉତ୍ସହ ପାଇଁ ବିଭିନ୍ନ ସ୍ଲୋଗାନ ଓ ଜନସଚେତନତା କରାଯାଇ ପ୍ରତିଯୋଗିତା ସ୍ଥଳ ରେ ପହଂଚି ଥିଲେ l ସେହିପରି ଭାବେ ଉଦଯାପନୀ ଉତ୍ସବରେ ପୂର୍ବତନ କଲେଜର ଅଧିକ୍ଷା ସନ୍ଧ୍ୟାରାଣୀ ପୂଜାରୀ ,ରୋହିତ ଖରସେଲ ,ସରିତା ବେହେରା ,ସସ୍ମିତା ବେହେରା ,ଋତୁପୂର୍ଣ୍ଣା ଧୁରୁଆ,ନମିତା ପଟେଲ , ଅତିଥି ଭାବେ ଯୋଗଦେଇ ଦେଇଥିଲେ l ବାଳକ ବାଳିକା ବିଭାଗର ସମୁଦାୟ 11ଟି ବିଭାଗରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଖେଳ ଶିକ୍ଷକ ରାଜେଶ ପଟେଲ ଓ ନେତ୍ରାବତୀ ନାଏକ କ୍ରୀଡା ପ୍ରତିଯୋଗିତାକୁ ପରିଚାଳନା କରିଥିଲା l ସ୍ୱେଚ୍ଛାସେବୀ ଦାୟିତ୍ବରେ ଥିବା ଛାତ୍ରଛାତ୍ରୀ ସ୍ୱରୂପ କିଷାନ, ଅଜୟ ବିଶ୍ୱାଳ, ଦୁର୍ଜନ ପ୍ରଧାନ, ରିୟା ସିଂ,ପୂଜା ମରେଈ, ଭାଗ୍ୟବତୀ ଓରାମ, ନିତୁ ଭୋଇ, ଅରୂପା ଭୁକତା , ବର୍ଷା ମାଝୀ,ମଧୁସ୍ମିତା ସାହୁ, ପ୍ରମୁଖ ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ l
0 Comments