ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ସ୍ଥାନୀୟ ରେଲୱେ କଲୋନୀ ସ୍ଥିତ ୱାର୍ଲେସ ଖେଳ ପଡିଆ ଠାରେ ଦ୍ଵିଦିବସୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି । ଖେଳ ଗତ ୧୨ ଜାନୁଆରୀ ଆଠ ଦଳ କୁ ନେଇ ଆରମ୍ଭ କରାଯାଇଥିବା ବେଳେ ଆଜି ଖେଳ ଉଦଯାପନୀ ଉତ୍ସବରେ ବହୁ ଖେଳ ପ୍ରେମି ଙ୍କ ଭିଡ ଦେଖିବାକୁ ମିଳିଛି। ଫୁଟବଲ୍ ପ୍ରତିଯୋଗିତା ରେ ୪ଦଳ ଯଥା ଏନ ୱାଇ ଏସ୍ ବଢ଼େଇମୁଣ୍ଡା, ରାଇଯିଂ କ୍ଳବ୍ ବେଲପାହାଡ,ଆଦର୍ଶ କ୍ଳବ୍ ଓ ଏସ ଏ ପି, ଜୟ ଜୱାନ କ୍ଳବ୍ ସରବାହାଲ ଙ୍କ ମଧ୍ୟରେ ସେମିଫାଇନାଲ ଖେଳ ହୋଇଥିବା ବେଳେ ରାଇଜିଂ କ୍ଳବ୍ ବେଲପାହାଡ ଏବଂ ଜୟ ଜଵାନ କ୍ଳବ୍ ସରବାହାଲ୍ ମଧ୍ୟରେ ଫାଇନାଲ ଖେଳ ହୋଇଥିଲା । ଫାଇନାଲ ଖେଳ ରେ ଜୟ ଜଵାନ୍ କ୍ଳବ୍ ସାରବାହାଲ ୧ , ଶୂନ୍ୟ ରେ ରାଇଯିଙ୍ଗ କ୍ଳବ୍ ବେଲପାହାଡ କୁ ପରାଜିତ କରି ଟ୍ରଫି ସହ ୧୧ ହଜାର ନଗଦ ପୁରସ୍କାର ଲାଭ କରିଥିଲା । ପରାଜିତ ଦଳ କୁ ଟ୍ରଫି ସହ ୭ ହଜାର ନଗଦ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଦ୍ଵି ଦିବସୀୟ ମ୍ୟାଚ ର ଉଦଯାପନୀ ଉତ୍ସବରେ ଶ୍ରୀଯୁକ୍ତ ନାଉରୀ ନାଏକ, ବିଧାୟକ, ରେଙ୍ଗାଲି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଖେଳାଳି ଏବଂ ଖେଳପ୍ରେମି ଙ୍କୁ ଉତ୍ସାହିତ କରିଥିଲେ। ରାଜ୍ୟ ସମ୍ପାଦକ ତଥା ଯୁବ ନେତା ଟଙ୍କଧର ତ୍ରିପାଠୀ ଏବଂ ଆର ପି ଏଫ୍ ଓସି ରାକେଶ ମୋହନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଯୁବକ ମାନଙ୍କ ଭୂମିକା ବିଷୟ ରେ ଅବଗତ କରାଇ କଳା ଝଣ୍ଡା ଦେଖେଇ ଥିବା ବ୍ୟକ୍ତି ବିଶେଷ ଙ୍କୁ ବର୍ସିବା ସହ ଧନ୍ୟବାଦ୍ ମଧ୍ୟ ଜଣେଇ ଥିଲେ ସସକ୍ତ ଯୁବ ନେତା ଟଙ୍କଧର ତ୍ରିପାଠୀ । ପ୍ରତିଯୋଗିତା ରେ ତ୍ରିନାଥ ଗୋଆଳ,ପ୍ରତାପ ବେହେରା, ସୁନିଲ ପଣ୍ଡା, ଲଳିତ ମଗର,ନେତାଜୀ ପଟ୍ଟନାୟକ, ରାଜା ବଇଦ ଅତିଥି ଭାବରେ ଯୋଗଦେଇଥିଲେ ।
ଅମିରା ପ୍ରଧାନ,ଶୀତଳ, ଅରୁନ ମୁଣ୍ଡା, ସଞ୍ଜୟ ଦାସ, ପି ରାଜେଶ୍ୱର୍, କେ ରାଓ ଅତି ଶୃଙ୍ଖଳିତ ଭାବେ ଖେଳ ପରିଚାଳନା କରିଥିଲେ । ଅତିଥି ମାନଙ୍କ ଦ୍ଵାରା ବିଜୟୀ ଦଳ ଓ ପରାଜିତ ଦଳ ଙ୍କ ସହ ଦଳୀୟ ଖେଳାଳି ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଦ୍ୱିଦିବସୀୟ ଫୁଟବଲ୍ ପ୍ରତିଯୋଗିତା କୁ ଡିଲେଶ୍ୱର ରାଓ,ବାବଳୁ ସିଂ, ରାଜେଶ ପ୍ରଧାନ,ରତନ ଶ୍ରୀବାସ୍ତଵ୍ ଓ ବହୁ କର୍ମି ପରିଚାଳନା କରିଥିଲେ। ପ୍ରକାଶ ଥାଉ କି ମୁଖ୍ୟ ଅତିଥି ଶ୍ରୀ ନାଉରୀ ନାଏକ ଙ୍କ ସହ ଯୁବ ନେତା ଟଙ୍କଧର ତ୍ରିପାଠୀ ନିଜ ଗାଡ଼ି ରେ ପ୍ରତିଯୋଗିତା ସ୍ଥଳ ଆସୁଥିବା ବେଳେ କିଛି ମୁଷ୍ଟିମେୟ ବ୍ୟକ୍ତି କଲା ଝଣ୍ଡା ଦେଖେଇ ଆକ୍ରମଣ କରିବା ପାଇଁ ଉଦ୍ୟମ କରିଥିଲେ।
0 Comments