ଜିଲ୍ଲାପାଳ ସରୋଜ କୁମାର ସାମଲ ଙ୍କ ଦ୍ଵାରା ମିଲେଟ୍ ସଚେତନତା ରଥର ଶୁଭ ଉଦଘାଟନ ହୋଇଯାଇଛି ।


 ଜିଲ୍ଲାପାଳ   କାର୍ଯ୍ୟାଳୟ ପରିସରରେ  ଜିଲ୍ଲାପାଳ ସରୋଜ କୁମାର ସାମଲ ଙ୍କ ଦ୍ଵାରା ମିଲେଟ୍ ସଚେତନତା ରଥର ଶୁଭ ଉଦଘାଟନ  ହୋଇଯାଇଛି ।ଏହି ଅବସରରେ ପ୍ରବନ୍ଧକ ନିର୍ଦ୍ଦେଶକ (ପୁନର୍ବାସ ଓ ଥଇଥାନ) ଆଲୋମଣି ସେଠୀ , ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ) ଲଙ୍କେଶ୍ୱର ଅମାତ, ଏଡିଓ ବଲବୀର ସିଂ, ଓଡିଶା ମିଲେଟ ମିଶନ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଟିକେଶ୍ୱର ବେହେରା ମଧ୍ୟ ଉପସ୍ଥିତ ଥିଲେ ।ଗତ ଖରିଫ ଋତୁରେ ଅମଳ ହୋଇଥିବା ମାଣ୍ଡିଆର ସହଜ ବିକ୍ରି ପାଇଁ ପ୍ରଥମ ଥର ପାଇଁ ସରକାରଙ୍କ ତରଫରୁ ମଣ୍ଡିରେ ମାଣ୍ଡିଆ ସଂଗ୍ରହ ପାଇଁ ଝାରସୁଗୁଡ଼ା ଜିଲ୍ଲାର ୫ ଟି ବ୍ଲକରେ ପ୍ରଚାର ରଥ ବୁଲିବାର ଯୋଜନା ରହିଥିବା କଥା ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି ।ଚଳିତ ବର୍ଷ ମାଣ୍ଡିଆର ସର୍ବନିମ୍ନ ସହାୟକ ମୂଲ୍ୟ ସରକାରଙ୍କ ତରଫରୁ କ୍ଵିଣ୍ଟାଲ ପ୍ରତି ୩୫୭୮/- ରହିଛି । ଚଳିତ ବର୍ଷ ଅଠରଟି  ମଣ୍ଡି ମାଧ୍ୟମରେ ଟିଡିକୋଲ ଦ୍ୱାରା ମାଣ୍ଡିଆ କ୍ରୟ କରାଯିବ I ଚାଷୀ ନିଜ ଉତ୍ପାଦିତ ସାମଗ୍ରୀ  ବିକ୍ରୟ ସାରିବା ପରେ ତିନି ଦିନ ମଧ୍ୟରେ ସିଧାସଳଖ ଚାଷୀ ବ୍ୟାଙ୍କ ଖାତାକୁ ଟଙ୍କା ପ୍ରେରଣ କରାଯିବାର ବ୍ୟବସ୍ତା ରହିଛି I କ୍ଷୁଦ୍ର ଶସ୍ୟର ଅନେକ ଶରୀର ଉପକାରୀ ଗୁଣ ରହିଥିବାରୁ ଏହାର ଯଥେଷ୍ଟ ଉପଦେୟତା ରହିଛି I ତେଣୁ କୃଷକମାନେ ଏହି ଚାଷକୁ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ଓ ବହୁଳ ପରିମାଣରେ ଚାଷ କଲେ ସେମାନେ ଆର୍ଥିକ ଦୃଷ୍ଟି କୋଣରୁ ସଶକ୍ତ ହୋଇପାରିବେ I

ତତସଙ୍ଗେ ସମାଜକୁ ସୁସ୍ଥ ସୁନ୍ଦର ଗଢିବା ପାଇଁ ନିଜର ବହୁମୂଲ୍ୟ ଅବଦାନ ଦେଇପାରିବେ I ଏହି କାର୍ଯ୍ୟକ୍ରମରେ ଲଇକେରା, କୋଲାବିରା, ଝାରସୁଗୁଡ଼ା, କିର୍ମିରା ଓ ଲଖନପୁର ବ୍ଲକ୍ ର ମାଣ୍ଡିଆ ରଥ ସହିତ ଏଥିରେ ଜିଲ୍ଲା ତଥା ବିଭିନ୍ନ ବ୍ଲକ୍ ର କୃଷକ,କୃଷି କର୍ମଚାରୀ,ସେବା,ସେବକ, ଓ ଆଜକା ସଂଗଠନ ର କର୍ମୀ ମାନେ ମଧ୍ୟ ଯୋଗ ଦେଇଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done