ଆସନ୍ତା ୧୬ ତାରିଖ ସୋମବାର ସକାଳ ୧୦ ଟାରେ ଦୁ ଲଦୂଲି ମଞ୍ଚରେ ଝାରସୁଗୁଡ଼ା ଜିଲ୍ଲାରେ କୃଷି ଓ କୃଷକର ଉନ୍ନତି - ଏକ ଆହ୍ଵାନ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହେବ ।ଏଥିରେ ଝାରସୁଗୁଡ଼ା ଜିଲ୍ଲାରେ ଲୋକେ କୃଷି ମାନସିକତା ରୁ କାହିଁକି ଦୂରେଇ ଯାଉଛନ୍ତି ଏବଂ ଆଗାମୀ ଦିନରେ କଣ ସମ୍ଭାବନା ଅଛି ସେ ଦିଗରେ ବିସ୍ତୃତ ଭାବରେ ଆଲୋଚନା ହେବ। ଏଥିରେଅରୁଣାଚଳ ପ୍ରଦେଶ ସ୍ଥିତ ଇଟାନଗର ସ୍ଥିତ ଡି ଏନ୍ ସରକାରୀ ମହାବିଦ୍ୟାଳୟର ପ୍ରଫେସର ଡ ପ୍ରଶାନ୍ତ ନନ୍ଦ ଏବଂ ଅବସରପ୍ରାପ୍ତ ପ୍ରଫେସର ଡ ନନ୍ଦକିଶୋର ମହାକୁଡ ତାଙ୍କର ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିବେ।କୃଷି,ମତ୍ସ୍ୟ ଓ ପଶୁପାଳନ ବିଭାଗର ବିଭିନ୍ନ ଅଧିକାରୀ ଓ ବୈଜ୍ଞାନିକ ଶ୍ରୀ ଧୀରେନ୍ଦ୍ର କୁମାର ବରିହା,ମନୋରଞ୍ଜନ ନନ୍ଦ , ମନୋଜ କୁମାର ବାରିକ,ବିବେକ ସୋରେନ, ଡ ପବିତ୍ର କୁମାର ପରିଜା,ମାନସ କୁମାର ଉପାଧ୍ୟାୟ ପ୍ରମୁଖ ସେମାନଙ୍କ ବକ୍ତବ୍ୟ ରଖିବେ ।ସେହିପରି ଜିଲ୍ଲାରେ କୃଷିକ୍ଷେତ୍ରରେ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନ ସେବା ଓ ଆଞ୍ଚଳିକ ଜନକଲ୍ୟାନ ପରିଷଦ ର ସଭାପତି ସେମାନଙ୍କ ପରାମର୍ଶ ଦେବେ ।ସେହିପରି ଚାଷୀ ମାନଙ୍କ ମଧ୍ୟରୁ ବରିଷ୍ଠ ଚାଷୀ ଦିଲ୍ଲୀପ ବଢେଇ,ବିନୋଦ ବିଶ୍ଵାଳ,ଗୋପୀନାଥ ମାଝୀ ଙ୍କ ସମେତ ବହୁ ଚାଷୀ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ ।ଏହି କାର୍ଯ୍ୟକ୍ରମ ର ବିଭିନ୍ନ କ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରବୀର କୁମାର ନାୟକ ଓ ଜିଲ୍ଲାପାଳ ସରୋଜ କୁମାର ସାମଲ ଅଂଶ ଗ୍ରହଣ କରିବା ସହ ଦିଗ୍ ଦର୍ଷନ ଦେବେ ।ଜିଲ୍ଲାର ବିଭିନ୍ନ ଅଂଚଳରୁ ବହୁ ଚାଷୀ ଏହି କାଯ୍ୟକ୍ରମ ରେ ଯୋଗଦେବା ସହ ଏକ ନିର୍ଯାସ ବାହାର କରିବାକୁ ସେମିନାର କମିଟି ତରଫରୁ ପ୍ରାଧ୍ୟାପକ ତପନ କୁମାର ବାରିକ, ମେହେବୁବ୍ ମହତାବ୍ ଓ ବିରାଟ ରାଜା ପଧାନ ଅନୁରୋଧ କରିଛନ୍ତି ।
0 Comments