ନବବର୍ଷ ଉପଲକ୍ଷେ ମା' ରାମଚଣ୍ଡୀ କ୍ଷେତ୍ର ଉତ୍ସବ ମୁଖର, ମା'ଙ୍କୁ ଦର୍ଶନ କଲେ ୫୦ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ


 ନବ ବର୍ଷ ଉପଲକ୍ଷେ ମାଁ ରାମଚଣ୍ଡୀ କ୍ଷେତ୍ର ଉତ୍ସବ ମୁଖର ହୋଇଉଠିଛି । ୫୦ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ମାଁଙ୍କୁ ଦର୍ଶନ କରି ନେଲେ ଆଶୀର୍ବାଦ । ଶେଷ ହୋଇଯାଇଛି ୨୦୨୨ ବର୍ଷ ଏବଂ ୨୦୨୩ ବର୍ଷ ର ଆରମ୍ଭ ହୋଇଛି । ବର୍ଷସାରା ମାଁଙ୍କ ଆଶୀର୍ବାଦ ମୁଣ୍ଡରେ ଥାଉ ବୋଲି ଶ୍ରଦ୍ଧାଳୁ ମାନେ ଧାଇଁ ଆସିଛନ୍ତି ମାଁଙ୍କ ଦ୍ଵାରକୁ । ବ୍ରଜରାଜନଗରର ପୁରାତନ ଶକ୍ତି ପୀଠ ଇବ ନଦୀ କୂଳରେ ଥିବା ପାହାଡ ଗୁମ୍ଫାରେ ପୂଜା ପାଉଥିବା ମାଁ ରାମଚଣ୍ଡୀଙ୍କ କ୍ଷେତ୍ରରେ ନବ ବର୍ଷ ପାଇଁ ଉତ୍ସବ ମୁଖର ହୋଇଉଠିଥିଲା । ଶ୍ରଦ୍ଧାଳୁ ମାନେ ଭୋର୍ ସକାଳରୁ ମନ୍ଦିର କୁ ପହଂଚି ମାଁଙ୍କ ଦର୍ଶନକରି ଆଶୀର୍ବାଦ ନେଇଥିଲେ । ଅସହ୍ୟ ଥଣ୍ଡା ସତ୍ତ୍ବେ ଶ୍ରଦ୍ଧାଳୁ ମାନେ ମନ୍ଦିରକୁ ପହଂଚି ଥିଲେ

ତେବେ ଦିନ ଦଶ ଟା ସମୟରେ ପାଗ ଅନୁକୂଳ ହେବାପରେ ଶ୍ରଦ୍ଧାଳୁ ମାନଙ୍କ ସଂଖ୍ୟା ବଢିବାରେ ଲାଗିଥିଲା । ଅପରାହ୍ନ ପର୍ଯ୍ୟନ୍ତ ମନ୍ଦିରରେ ଶ୍ରଦ୍ଧାଳୁ ମାନଙ୍କ ଭିଡ ଦେଖିବାକୁ ମିଳିଥିଲା । ଶ୍ରଦ୍ଧାଳୁ ମାନେ ନବ ବର୍ଷରେ ମାଁଙ୍କ ଦର୍ଶନ ପାଇବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିଥିବା ଦେଖିବାକୁ ମିଳିଥିଲା । ମାଁ ଙ୍କ ଦର୍ଶନ ପାଇଁ ପାହାଡ଼ ଉପରେ ତିନି ରୁ ଚାରି ଘଣ୍ଟା ଅପେକ୍ଷା କରି ରହିଥିଲେ ଶ୍ରଦ୍ଧାଳୁ । ଏହି ଅବସରରେ ସମାଜ ସେବୀ ଅଜିତ ଧଳ ଏବଂ ତାଙ୍କ ସହଯୋଗୀଙ୍କ ପକ୍ଷରୁ ସମସ୍ତ ଶ୍ରଦ୍ଧାଳୁ ମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା । ମାଁ ରାମଚଣ୍ଡୀ ଙ୍କ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଶ୍ରଦ୍ଧାଳୁ ମାନେ ପାହାଡ଼ ଗୁମ୍ଫାରୁ ମନ୍ଦିର ଉପର ଅଧା କିଲୋମିଟର  ପର୍ଯ୍ୟନ୍ତ ଧାଡ଼ି ବାନ୍ଧି ରହିଥିବା ଦେଖିବାକୁ ମିଳିଥିଲା । ମାଁଙ୍କ ଦର୍ଶନ ରେ ବର୍ଷ ର ଆରମ୍ଭ କରିବା ପାଇଁ ଶ୍ରଦ୍ଧାଳୁ ମାନେ କାହିଁ କେତେ ଦୂରରୁ ଆସି ଧାଡ଼ି ବାନ୍ଧି  ମାଁଙ୍କ ଦର୍ଶନ କରିଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done