ଝାରସୁଗୁଡ଼ା ସହରର ମନମୋହନ ସ୍କୁଲ୍ ପଡିଆଠାରେ ଆଜି ଝାରସୁଗୁଡ଼ା ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ପ୍ରତିଷ୍ଠା ଦିବସରେ ଝାରସୁଗୁଡ଼ା ର ପୂର୍ବତନ ନଗରପାଳ ତାପସ ରାଏ ଚୈଧୁରୀ ମଞ୍ଚ ପରିଚାଳନା କରିଥିବାବେଳେ ଓଡ଼ିଶା ସ୍ବାସ୍ଥ୍ୟ ମନ୍ତ୍ରୀ ନଵ କିଶୋର ଦାସ୍ ଯୋଗଦେଇ ବିଜୁପଟ୍ଟନାୟକଙ୍କ ଜୀବନୀ ସ୍ବର୍ଗତ କିଶୋର ମହାନ୍ତି ଙ୍କ ଝାରସୁଗୁଡ଼ା ଜିଲ୍ଲାପ୍ରତି ଅତୁଳନୀୟ ଅବଦାନ ରହିଛି ବୋଲି କହିଥିଲେ ।
ଝାରସୁଗୁଡ଼ା ବିକାଶ କ୍ଷେତ୍ରରେ ଏବଂ ଭାରତବର୍ଷ ରେ ଏକ ନମ୍ବର ଜିଲ୍ଲା ଗଠନ ପାଇଁ ସଂଗ୍ରାମ ଚାଲିଛି ବୋଲି କହିଥିଲେ। ଝାରସୁଗୁଡ଼ା ଜିଲ୍ଲାର ଷ୍ଟାଡିୟମ କମୁନିଟି ହଲ ପାର୍କ, ହାର୍ଟ ହସ୍ପିଟାଲ, ଚୌକିପଡା ଓଭରସିଜ ସରଵାହାଲ ରୋଡ଼ ଓଭରବ୍ରିଜ ସମେତ ବିଭିନ୍ନ ଉନ୍ନୟନ କାମ ଉପରେ ନଜର ରହିଛି ବୋଲି କହିଥିଲେ। ସମ୍ମାନୀୟ ଅତିଥି ଭାବରେ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ, ଝାରସୁଗୁଡ଼ା ଜିଲ୍ଲା ଏସପି ରାହୁଲ ଜୈନ ବରଗଡ଼ ସାଂସଦ ସୁରେଶ୍ ପୂଜାରୀ, ବ୍ରଜରାଜନଗର ବିଧାୟୀକ ଅଳକା ମହାନ୍ତି, କୋଲାଵିରା ନଗରପାଳ ସଞ୍ଜିବ ପ୍ରଧାନ, ଲଖନପୁର ବ୍ଲକ ନଗରପାଳ ନିମାଇଁ ଚରଣ ପଣ୍ଡା ସମେତ ବିଭିନ୍ନ ଅଧିକାରୀ ଯୋଗ ଦେଇଥିଲେ।ଏହି ପ୍ରତିଷ୍ଠା ଅବସରରେ ରକ୍ତଦାନ ଶିବିର ସମେତ ଝାରସୁଗୁଡ଼ା ଅଂଚଳର ସୁନାମଧନ୍ୟ ଗାୟକ ଗୋକୁଳ ପଟେଲ୍ ଓ ସାଥି ଙ୍କ ଦ୍ଵାରା ଭଜନ ପରିବେଷଣ କରିଥିଲେ। ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ଅନୁଷ୍ଠିତ ହୋଇଥିବାବେଳେ ଏଡିଏମ୍ ଧନ୍ୟବାଦ ଅର୍ପଣ କରିଥିଲେ।
0 Comments