ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ଝାରସୁଗୁଡା ବସଷ୍ଟାଣ୍ଡ ସ୍ଥିତ ଗାନ୍ଧୀ ମୂର୍ତ୍ତି ସମ୍ମୁଖରେ ୩ଘଣ୍ଟିଆ ପ୍ରତିବାଦ ସଭା ଅନୁଷ୍ଠିତ


 ଆଜି ବସ୍ ଷ୍ଟାଣ୍ଡ ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ଛକ ନିକଟରେ ଏକ ପ୍ରତିବାଦ ସଭା ର ଆୟୋଜନ ହୋଇଯାଇଅଛି। ପ୍ରତିବାଦ ସଭା ର ମୁଖ୍ୟ କାରଣ ହେଉଛି

ବିଜୁଜନତା ଦଳ ର ୨୬ତମ ପ୍ରତିଷ୍ଠା ଦିବସ ପରିପେକ୍ଷ ରେ 

୨୩ ବର୍ଷ ର ନିରଙ୍କୁଶ ଶାସନ ରେ ଆଜି ଓଡିଶା ରାଜନୈତିକ ନେତାଙ୍କ ଅପରାଧ ର ଚରାଭୁଇଁ ପାଲଟିଛି ।

ଏହି ପ୍ରତିବାଦ ସଭା ରେ ଟାଣୁଆ ତଥା ସସକ୍ତ ବିଜେପି ନେତା ଶ୍ରୀଯୁକ୍ତ ଟଙ୍କଧର ତ୍ରିପାଠୀ ନିଜ ଉଦବୋଧନ ଦେଇ କହିଛନ୍ତି ଯେ 

ବିଯୁ ଜନତା ଦଳ ର ସବୁଠାରୁ ବଡ ଉପଲବ୍ଧି ହେଉଛି ତାଙ୍କ ଦଳର ନେତା, ମନ୍ତ୍ରୀ, ବିଧାୟକ ମାନେ ଆଜି କିଏ ହତ୍ୟା ଅଭିଯୋଗରେ ଅଭିଯୁକ୍ତ,କିଏ ଯୌନ କେଲେଙ୍କାରିର କାର୍ପଟଦାର , କିଏ ମହିଳା ବିରୋଧୀ ହିଂସାର ମୁଖ୍ୟ ଖଳନାୟକ । ସେହିପରି ମମିତା ହତ୍ୟା, ନିମାପଡ଼ା ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା, ପରୀ ଲୋମହର୍ଷଣକାରୀ ହତ୍ୟା କାଣ୍ଡ, ଚାଷୀ ଙ୍କୁ କୁଇଣ୍ଟାଲ୍ ପିଛା ୧୦୦ ଟଙ୍କାର ବୋନସ ଖାଇଦେବା, ଚାଷୀ ଙ୍କୁ ୩୫ପ୍ରତିଶତ ଜଳସେଚନ ନ ଦେବା, କାଳିଆ ଯୋଜନାରେ ଲୋକଙ୍କୁ ଭୁଁଆ ବୁଲେଇବା, ଓଡ଼ିଶା ବାସୀ ଙ୍କୁ ୨୦ଲକ୍ଷ ରୁ ଅଧିକ ପରିବାର ପକ୍କାଘର ରୁ ବଞ୍ଚିତ ରଖିବା, ପ୍ରଧାନ ମନ୍ତ୍ରୀ ଙ୍କ ଯୋଜନା ରେ ବାଧକ ସାଜିଲା,


ଏବଂ ଝାରସୁଗୁଡ଼ା ଜିଲ୍ଲା ରେ ପାହାଡି ମନ୍ଦିର ଅଞ୍ଚଳ ରୁ ଗରିବ ପରିବାରଙ୍କୁ ଘରୁ ବେଘର କରିବା ଓ ଝାରସୁଗୁଡା ଜିଲ୍ଲା କୁ ପାଉଁଶ ମୟ କରିବା ଭଳି ଅନେକ କେଲେଙ୍କାରି ଅଧ୍ୟାୟ ଉପରେ ବର୍ଷି ଛନ୍ତି। ଉକ୍ତ ପ୍ରତିବାଦ ସଭା ରେ ସୁନିଲ ପଣ୍ଡା, ବିମଳେନ୍ଦୁ ଭୋଲ,  ତ୍ରିନାଥ ଗୋଆଲ, ନେତାଜୀ ପଟ୍ଟନାୟକ,  ପ୍ରମୋଦ ସେନାପତି, ରୀନା ପଟେଲ,କିରଣ ବାଲା ନାଏକ, ପ୍ରେମ ସେନ ରାୟ, ତନୁଜା ନାଏକ, ପିଙ୍କି ଦୀପ,ରଘୁରାମ ବେଳେ,ରାଜେନ୍ଦ୍ର ସା,ପୁରୁଷୋତ୍ତମ ଥିରାନି,ହେମରଞ୍ଜନ ସିଂ, ଗଙ୍ଗାଧର କଣ୍ଟା, ମୁରାରି ପାଣଗ୍ରାହୀ ଓ ଅନେକ କାର୍ଯ୍ୟକର୍ତ୍ତା ଯୋଗ ଦେଇ ନିଜ ନିଜ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଶେଷରେ ଓ ବି ସି ସଭାପତି ବିନୋଦ ପାଣ୍ଡେ ସଭା ଭଙ୍ଗ ସହ ସମସ୍ତଙ୍କୁ ଧନ୍ୟବାଦ୍ ଜଣେଇଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done