ଶିଶୁ ପାଇଁ ଦିନଟିଏ ତ୍ରୈମାସିକ ଧାର୍ଯ୍ୟ କାର୍ଯ୍ୟକ୍ରମ



   


ଜିଲ୍ଲା ସ୍ତରୀୟ " ଶିଶୁ ପାଇଁ ଦିନଟିଏ ତ୍ରୈମାସିକ ଧାର୍ଯ୍ୟ କାର୍ଯ୍ୟକ୍ରମ " ଅନୁଷ୍ଠିତ ହୋଇଛି । ଏଥି ସହିତ ଜିଲ୍ଲା ଶିଶୁ ସୁରକ୍ଷା କମିଟି ଓ ଜିଲ୍ଲା ଟାସ୍କ ଫୋର୍ସ ଏବଂ ଜିଲ୍ଲା ସ୍ତରୀୟ ଉପଦେଷ୍ଟା କମିଟି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ସୁଶ୍ରୀ ନେହା ଦାସ , ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତପିରାମ ମାଝୀ , ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପ୍ରବୀର କୁମାର ନାୟକ , ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଡୋଳାମଣି ପଟେଲ ଓ ଡି ଏସ୍ ପି ବାଳକୃଷ୍ଣ କହଁର ପ୍ରମୁଖ ଉପସ୍ଥିତ ଥିଲେ । ଆଇନର ପରିସର ମଧ୍ୟରେ ଓ ସାମାଜିକ ସ୍ତରରେ  ଶିଶୁମାନଙ୍କ 

ଅଧିକାର ଅକ୍ଷୁର୍ଣ୍ଣ ରଖିବା ପାଇଁ ସମସ୍ତେ ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ଶ୍ରୀ ସାମଲ  ପରାମର୍ଶ ଦେଇଛନ୍ତି । ନିର୍ଦ୍ଧିଷ୍ଟ ସମୟ  ସୀମା ମଧ୍ୟରେ ଶିଶୁ ସୁରକ୍ଷା ସମ୍ପର୍କିତ 

ସମସ୍ତ କାର୍ଯ୍ୟକ୍ରମ ସମ୍ପନ୍ନ ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଜିଲ୍ଲା ସ୍ତରୀୟ ତ୍ରୈମାସିକ ବୈଠକ ପରି ବ୍ଲକ ସ୍ତରୀୟ ଓ ପଞ୍ଚାୟତ ସ୍ତରୀୟ ବୈଠକ ନିୟମିତ ଅନୁଷ୍ଠିତ ହେବା ସହ ଯୋଜନାର କାର୍ଯ୍ୟାନ୍ଵୟନ ପାଇଁ  ନିର୍ଦ୍ଦେଶ ଦେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ଏଥି ପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ଜିଲ୍ଲାପାଳ ବିଜୁ ଶିଶୁ ସୁରକ୍ଷା ଯୋଜନା,ବିଜୁ କନ୍ୟାରତ୍ନ ଯୋଜନା,ସଖୀ, ଅନ୍ୱେଷା,ଆକାଂକ୍ଷା, ବାଣୀଶ୍ରୀ,ବାଳିକା ସମୃଦ୍ଧି ଯୋଜନା, ଜନନୀ ଶିଶୁ ସୁରକ୍ଷା ଯୋଜନା , ବେଟି ବଚାଓ ଓ ବେଟି ପଢ଼ାଓ , ମିଶନ ବାତ୍ସଲ୍ୟ ଓ ଆଶୀର୍ବାଦ  ଆଦି ବିଭିନ୍ନ କାର୍ଯ୍ୟକ୍ରମ  କିପରି ଫଳପ୍ରଦ ଉପାୟରେ ଜିଲ୍ଲାରେ କାର୍ଯ୍ୟକାରୀ ହେବ ସେଥି ସକାଶେ ଆନ୍ତଃ ବିଭାଗୀୟ ସମନ୍ୱୟ ରକ୍ଷା କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।


ଜିଲ୍ଲାରେ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ପାଇଁ ଯତ୍ନବାନ ପୂର୍ବକ କାର୍ଯ୍ୟ ଜାରି ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।ମହିଳାମାନେ ଆର୍ଥିକ ଦୃଷ୍ଟିକୋଣରୁ ସ୍ୱାବଲମ୍ବୀ ହେଲେ ପରିବାର ଓ ସମାଜ ଉପକୃତ ହେବେ ବୋଲି ଜିଲ୍ଲାପାଳ କହିଥିଲେ। ଏହି ଅବସରରେ ଜିଲ୍ଲାର ୧୧୪ଟି ଗ୍ରାମକୁ ବାଲ୍ୟବିବାହମୁକ୍ତ ଗ୍ରାମ ଭାବରେ ଘୋଷଣା କରାଯାଇଥିବା ବେଳେ ସମଗ୍ର ଜିଲ୍ଳାକୁ ବାଲ୍ୟବିବାହମୁକ୍ତ ଜିଲ୍ଲାରେ ପରିଣତ କରାଇ ଉଦାହରଣ ସୃଷ୍ଟି ପାଇଁ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ । ବାଲ୍ୟ ବିବାହକୁ ନିରୁତ୍ସାହିତ କରିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ତିନିଟି ଜାତି ସମାଜ ମୁଖ୍ୟଙ୍କୁ ଏହି ଅବସରରେ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ( ପରିବାର କଲ୍ୟାଣ) ଡାକ୍ତର ସୁପ୍ରଭା ବାରିକ, ଜିଲ୍ଲା ଶ୍ରମ ଅଧିକାରୀ ସୁନିତା କିସାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମେହେରୁନିଶା ବେଗମ, ଜିଲ୍ଲା ମଙ୍ଗଳ ଅଧିକାରୀ ଚନ୍ଦ୍ରକାନ୍ତ ମାଝୀ , ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଆଶିଷ ପଣ୍ଡା ଓ ଜିଲ୍ଲା ସଂଯୋଜିକା (ବାଲ୍ୟବିବାହ), ରଞ୍ଜିତା ଦାଶ , ଶିଶୁ ଯତ୍ନ ଅନୁଷ୍ଠାନ କର୍ମକର୍ତ୍ତା ଓ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗଦାନ କରିଥିଲେ ।  । ପ୍ରିୟଙ୍କା ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done