କାକୁତି ମିନତି କରୁଛନ୍ତି ପ୍ରତିବାଦ ବି ଜଣାଉଛନ୍ତି।ଆଖି ଆଗରେ ବାସ ଚାଲି ଯାଉଥିବା ବେଳେ ଚୁପ୍ ବସିବେ ବା କେମିତି? ଆଉ କାହା ଜାଗା ହେଲେ ବି ମୁଣ୍ଡ ଉପରେ ଛାତ ଟିଏ ତ ଥିଲା ଏବେ କେଉଁଠି ରହିବେ କଣ କରିବେ ସେହି ଚିନ୍ତା ଘାରିଛି ଝୂପୁଡ଼ି ପଡା ବାସୀଙ୍କୁ।ଅଧର୍ଯ୍ୟ ଝୂପୁଡି ପଡ଼ା ବାସିନ୍ଦାଙ୍କ ଆଖିର ଲୁହ ଦେଖିଲେ କେହି ବି ଧର୍ଯ୍ୟ ଧରିବେନି।
ନେତା,ମନ୍ତ୍ରୀ କି ଜିଲ୍ଲା ପ୍ରଶାସନ କେହି ଶୁଣିଲେନି ସେମାନଙ୍କ ଦୁଃଖ।ସେମାନଙ୍କ ଅଭିଯୋଗ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଇ ଆଜି ନିଜର ଭିଟା ମାଟି ରୁ ଆମକୁ ତଡି ଦେଲେ ଆମେ ଛୁଆ ପିଲା ନେଇ ଯିବୁ କୁଆଡେ଼?ବର୍ଷ ବର୍ଷ ଧରି ରହି ଆସିଥିବା ଭିଟାମାଟି ରୁ ଶେଷରେ ଉଚ୍ଛେଦ ହେଲେ ପଡ଼ାବାସୀ । ଝାରସୁଗୁଡ଼ା ସହର ସ୍ଥିତ ପାହାଡିମନ୍ଦିର ଝୁପୁଡିପଡ଼ା ଉଚ୍ଛେଦ ବିବାଦ ଲାଗି ରହିଥିବା ବେଳେ ଆପଣ ମାନେ ସମସ୍ତେ ଏନେଇ ଅଜଣା ନାହାଁନ୍ତି । ତେବେ ଆଜି ସେହି ଝୁପୁଡିପଡା କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ କରା ଯାଇଛି । ବର୍ଷ ବର୍ଷ ଧରି ମାଁ ମାଟି ରେ ରହି ଆସୁଥିବା ପଡ଼ାବାସି ଆଜି ବେସାହାରା ହୋଇ ଯାଇଛନ୍ତି । ନିଜ ନିଜ ଘର ଉଚ୍ଛେଦ ପରେ ଲୋକଙ୍କ ଆଖିରୁ ଲୁହ ଶୁଖିବାର ନାଁ ନେଉ ନାହିଁ । ପଡାବାସୀଙ୍କ ଲୁହ, ବିରୋଧ , ପ୍ରତିବାଦ କିଛି ଏହି ଉଚ୍ଛେଦ କୁ ଅଟକାଇ ପାରିଲା ନାହିଁ । ପ୍ରଶାସନ ଲୋକଙ୍କ ସୁବିଧା ପାଇଁ ରହିଛି ଆଜି ସେହି ପ୍ରଶାସନ ମଧ୍ୟ ଏହି ପରିବାରଙ୍କ ଦୁଃଖ ଶୁଣିବାକୁ ନାରାଜ ହୋଇ ଶେଷରେ ଘର ସବୁ ଭାଙ୍ଗି ଦେଇଛି । ଅଞ୍ଚଳରେ ଯୁଆଡେ ଗଲେ କରୁଣ ଦୃଶ୍ୟ ଦେଖିବାକୁ ମିଳୁଛି ।ଭାଗ୍ୟ ଏମାଙ୍କ ଠାରୁ ଘର ଛଡ଼ାଇ ନେଇଛି। ଆହା କହିବା ପାଇଁ କେହି ଅଛି ନା ସାହା ହେବା ପାଇଁ କେହି ଅଛି।
0 Comments