ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ଓ ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମିଳିତ ଆନୁକୂଲ୍ୟରେ ଲଖନପୁର ଓ କିର୍ମିରା ବ୍ଲକର ନବ ନିର୍ବାଚିତ ପଞ୍ଚାୟତ ସମିତି ସଭ୍ୟ/ସଭ୍ୟାଙ୍କ ତିନି ଦିନିଆ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଚଳିତ ନଭେମ୍ବର ୨୧ରୁ ୨୩ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଅମ୍ବରିଷ ରଥ ଓ ଜିଲ୍ଲା ପରିଷଦ ଯୋଜନା ପରିଚାଳିକା ( ପ୍ରଶିକ୍ଷଣ ) ସୋମାନୀ ସାହୁ ଯୋଗ ଦେଇ ଉଦଘାଟନ କରିଥିଲେ । ଦ୍ଵିତୀୟ ପର୍ଯ୍ୟାୟରେ ଲଖନପୁର ଓ କିର୍ମିରା
ବ୍ଲକର ନବ ନିର୍ବାଚିତ ପଞ୍ଚାୟତ ସମିତି ସଭ୍ୟ/ସଭ୍ୟାମାନେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପ୍ରଶିକ୍ଷଣ ଫାଇଭ ଟି ଓ ମୋ ସରକାର, ଶସକ୍ତ ଗ୍ରାମସଭା, ଅର୍ଥ ଆୟୋଗ ଅନୁଦାନ, ଗ୍ରାମ ପଞ୍ଚାୟତ ବିକାଶ ଯୋଜନା, ଗ୍ରାମ ପଞ୍ଚାୟତିର ଆର୍ଥିକ ପରିଚାଳନା, ପାନୀୟ ଜଳ ଯୋଗାଣ ଓ ସ୍ୱଚ୍ଛ ଭାରତ ମିଶନ, ଗ୍ରାମୀଣ ବାସଗୃହ, ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ମହିଳା ଶିଶୁ ବିକାଶ , ମିଶନ ଶକ୍ତି , ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, କ୍ରୀଡା, ବିଦ୍ୟାଳୟ ଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିକାଶ , ଖାଦ୍ୟ ଯୋଗାଣ, ଇ-ପ୍ରଶାସନ ଓ ଅନ ଲାଇନ ସେବା, କୃଷି, ମତ୍ସ୍ୟ ପାଳନ ଓ ପଶୁ ସମ୍ପଦ, ବିପର୍ଯ୍ୟୟ ପରିଚାଳନାରେ ଗ୍ରାମ ପଞ୍ଚାୟତର ଭୂମିକା , ସାମାଜିକ ଗଣମାଧ୍ୟମର ଭୂମିକା ଆଦି ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି ।
ଆଦର୍ଶ ଗ୍ରାମ ପଞ୍ଚାୟତ ଗଠନ ଦିଗରେ ପଞ୍ଚାୟତ ସମିତି ସଭ୍ୟ/ସଭ୍ୟାଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିବା ସହ ନିଜ ନିଜ ପଞ୍ଚାୟତକୁ ଅଗ୍ରଣୀ ପଞ୍ଚାୟତରେ ପରିଣତ କରିବା ଦିଗରେ ଯତ୍ନବାନ ପୂର୍ବକ ଆନ୍ତରିକତାର ସହ ଦାୟିତ୍ୱ ନିର୍ବାହ ପାଇଁ ଉଭୟ ଶ୍ରୀ ରଥ ଓ ଶ୍ରୀମତୀ ସାହୁ ପରାମର୍ଶ ଦେବା ସହ ଦାୟିତ୍ୱ ନିର୍ବାହ ସମୟରେ ଏହି ପ୍ରଶିକ୍ଷଣ ସହାୟକ ହେବ ବୋଲି ଉଲ୍ଲେଖ କରିଥିଲେ । ଦକ୍ଷତା ବିକାଶ ଦ୍ୱାରା କିପରି ପଞ୍ଚାୟତ କାର୍ଯ୍ୟ ପରିଚାଳନାକୁ ଶସକ୍ତ ଓ ସଙ୍ଗଠିତ କରାଯାଇପାରିବ ତା ଉପରେ ଆଲୋକପାତ କରିଥିଲେ। ଗୋବର୍ଦ୍ଧନ ମହାନନ୍ଦ ଓ ଜୟନ୍ତୀ ବେହେରା ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ମା' ସମଲେଶ୍ବରୀ ଏଜୁକେସନ ଓ ୱେଲଫେୟାର ଟ୍ରଷ୍ଟ ସମସ୍ତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
0 Comments