'ବିଜୟିନୀ' ଅଭିଯାନର ଆଜି ପଞ୍ଚମ ଦିବସରେ ଜିଲ୍ଲାର ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ର ମାନଙ୍କରେ ଯୁବକ ଏବଂ ଯୁବତୀମାନଙ୍କର ସଶକ୍ତିକରଣ ପାଇଁ ଅଦଭିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ବର୍ଷର ବାରଟି ମାସ ପାଇଁ ବାରଟି ବିଷୟ ଶିଶୁ ଅଧିକାର, ପୋଷଣ ଏବଂ ରକ୍ତହୀନତା, ଜୀବନ କୌଶଳ, ଲିଙ୍ଗ ଗତ ଭେଦଭାବ ସହିତ ବାଲ୍ୟବିବାହର କୁ-ପରିଣାମ ଆଦି ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଅବସରରେ ସମସ୍ତେ ପ୍ରତିଜ୍ଞା ପତ୍ର ପାଠ ପୂର୍ବକ ବାଲ୍ୟବିବାହକୁ ନିରୁତ୍ସାହିତ କରିବା ସକାଶେ ଶପଥ ଗ୍ରହଣ କରିଥିଲେ । ଏହି ଅବସରରେ ଅଦଭିକା ଆପ୍ସ ବ୍ୟବହାର ଦ୍ୱାରା ଯୁବକ ଯୁବତୀମାନେ କିପରି ଉପକୃତ ହୋଇପାରିବେ ସେ ସମ୍ପର୍କରେ ଯୁବକ ଯୁବତୀମାନଙ୍କୁ ସୂଚନା ପ୍ରଦାନ କରାଯାଇଥିଲା ।ଶିଶୁ ବିକାଶ ପ୍ରକଳ୍ପର ଅଧିକାରୀ, ସୁପର ଭାଇଜର, ଅଙ୍ଗନବାଡ଼ି କର୍ମଚାରୀ ଓ ସମ୍ପୃକ୍ତ ଅଞ୍ଚଳର ଯୁବକ ଯୁବତୀମାନେ ଏହି ସଚେତନତା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
0 Comments