ବ୍ରଜରାଜନଗର ପୋୖର କାର୍ଯ୍ୟାଳୟ ପରିସରରେ ନୂତନ କୋଠାର ଲୋକାର୍ପଣ ଓ ୬ଟି ବେଟେରୀ ଚଳିତ ଅଟୋ ରିକ୍ସା ହେଲା ଉଦଘାଟିତ

 

ବ୍ରଜରାଜନଗର ପୌର ପରିଷଦ କାର୍ଯ୍ୟାଳୟ ପରିସର ରେ ନୂତନ କୋଠା ର ଲୋକାର୍ପଣ ଓ ଛ ଟି ବ୍ୟାଟେରୀ ଚାଳିତ ଅଟୋ ରିକ୍ସା ର ହୋଇଛି ଉଦଘାଟନ  ।

ବ୍ରଜରାଜନଗର ପୌରପରିଷଦ ରେ ଅଞ୍ଚଳ ପାଇଁ ନୂତନ ଭାବରେ କରାଯାଇଥିବା ବିକାଶମୂଳକ କାର୍ଯ୍ୟ ର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।


ବ୍ରଜରାଜନଗର ପୌରପରିଷଦ କର୍ଯ୍ୟାଳୟ ଠାରେ ଉନ୍ନୟନ କାର୍ଯ୍ୟ ର ଲୋକାର୍ପଣ ହୋଇଯାଇଛି ପୌର ପରିଷଦ ପକ୍ଷରୁ । ଏହି କାର୍ଯ୍ୟକ୍ରମ ରେ ପୌରାଧ୍ୟକ୍ଷା ଯାଜ୍ଞସେନି ଓରାମ ମୁଖ୍ୟ ଅତିଥି ଭାବରେ ଓ ଉପ ନଗରପାଳ ଗୋପାଳ ସିତାନୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ପୌରାଞ୍ଚଳ ରେ ରହିଥିବା ଆବର୍ଜନା ପରିବହନ ପାଇଁ ପୌରପରିଷଦ ପକ୍ଷରୁ ଆସିଥିବା ୬ ଟି ବ୍ୟାଟେରୀ ଚାଳିତ ଅଟୋ ରିକ୍ସା କୁ ଲୋକାର୍ପଣ କରାଯାଇଥିଲା । ସେହିପରି ପୌରପରିଷଦ କାର୍ଯ୍ୟାଳୟ ପରିସରରେ ୧୮ ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମାଣ କରା ଯାଇଥିବା ନୂତନ  କୋଠା ର ଲୋକାର୍ପଣ ମଧ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ପୌରାଞ୍ଚଳ ର ସମସ୍ତ କାଉନସିଲର ମାନେ  ଉପସ୍ଥିତ ରହିଥିଲେ । ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ପୌର ନିର୍ବାହୀ ଅଧିକାରୀ ଚନ୍ଦ୍ରମଣି ସ୍ୱାଇଁ  ଅଧ୍ୟକ୍ଷତା କରିଥିଲେ ଓ ଏହି କାର୍ଯ୍ୟକ୍ରମ କୁ ପୌର ଯନ୍ତ୍ରୀ ସୂର୍ଯ୍ୟମଣି ଗୁରୁ ପରିଚାଳନା କରିଥିବା ବେଳେ ସହକାରି ଯନ୍ତ୍ରୀ ପ୍ରମୋଦ ପଟେଲ, ଏବଂ ପୌର କର୍ମଚାରୀ ମାନେ ପରିଚାଳନା ରେ ସହଯୋଗ କରିଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done