ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର।

 
ଲଖନପୁର ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ  ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରରେ ଆଜି ମୋଟ ୭୫ଗୋଟି ଅଭିଯୋଗ ଶୁଣାଣି ହୋଇଛି । ଏଥି ମଧ୍ୟରୁ ୧୩ଟି ସାମୁହିକ ଓ ୬୨ଟି ବ୍ୟକ୍ତିଗତ। ଚିଖିଲି କୀର୍ତ୍ତନ ମଣ୍ଡପ ନିର୍ମାଣ ସକାଶେ ପାଣ୍ଠି ଯୋଗାଣ , ଜାମପାଲି ଗ୍ରାମରେ ଉଠା ଜଳସେଚନ କାର୍ଯ୍ୟ , ଭଅଁରଖୋଲରେ  ସରକାରୀ ଜମିରେ ଦୀର୍ଘଦିନରୁ ବସବାସ କରୁଥିବା ଲୋକଙ୍କ  ନାଆଁରେ  ଜମିପଟ୍ଟା , ଅଢ଼ାପଡ଼ା ସ୍ଥିତ ଜବାହାର ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷକ ଓ କିରାଣୀ ନିଯୁକ୍ତି , ପିପିଲିକାନି ଗ୍ରାମ ଉନ୍ନତିକରଣ , ଭଉଁରାଚକ ମୌଜାରେ ସରକାରୀ ଜମିଓ ଜଙ୍ଗଲ ଜମି ଚିହ୍ନଟ ଆଦି  ୧୩ଟି ସାମୁହିକ ଅଭିଯୋଗର ଶୁଣାଣି କରାଯାଇଥିଲା । ସେହିପରି ଇନ୍ଦିରା ଆବାସ ଗୃହ , ଚିକିତ୍ସା ସକାଶେ ଆର୍ଥିକ ସହାୟତା, ବୁଡ଼ି ଅଂଚଳବାସୀଙ୍କୁ ଦଶ ଡିସମିଲ ଜମି ଯୋଗାଣ, ପେନସନ , କୁଡ଼ାଲୋଇ ଗ୍ରାମରେ କମ୍ୟୁନିଟି ସେଣ୍ଟର ନିର୍ମାଣ ସମ୍ପର୍କିତ ୬୨ଟି ବ୍ୟକ୍ତିଗତ ଅଭିଯୋଗ ସମ୍ପର୍କରେ ଶୁଣାଣି କରାଯାଇଥିଲା । ଶିବିରରେ  ଚିକିତ୍ସା ସହାୟତା ବାବଦକୁ ରେଡକ୍ରସ୍ ପାଣ୍ଠିରୁ ୧୨ଜଣଙ୍କୁ  ୩୬ ହଜାର ଟଙ୍କା ପ୍ରଦାନ କରାଯାଇଛି।

ଅଭିଯୋଗ ଗୁଡ଼ିକ ସମ୍ପର୍କରେ ଶୁଣାଣି କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଏ ଦିଗରେ ଯଥା ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା,ପୂର୍ବରୁ ଶୁଣାଣି ହୋଇଥବା ଅଭିଯୋଗଗୁଡ଼ିକ ସମ୍ପର୍କରେ ସମୀକ୍ଷା କରି ସମାଧାନ ହୋଇ ନଥିବା ଅଭିଯୋଗଗୁଡିକ ସମ୍ପର୍କରେ ଯଥାଶୀଘ୍ର ପଦକ୍ଷେପ ନେବା ସହ ଅଭିଯୋଗ ଶୁଣାଣି ଓ ସମାଧାନ ଦିଗରେ ଅଧିକାରୀମାନେ ଯତ୍ନବାନ ହେବାକୁ  ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ , ବ୍ଲକ ଅଧ୍ୟକ୍ଷା ହୁତେଶ୍ୱରୀ ତିହିରିଆ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ ) ଲଙ୍କେଶ୍ୱର ଅମାତ , ଉପ ଜିଲ୍ଲାପାଳ ଦୟାମୟ ପାଢ଼ୀ, ଡେପୁଟି କଲେକ୍ଟର ନିବେଦିତା ପ୍ରଧାନ , ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜୟନ୍ତ କୁମାର ସାହୁ, ଆସିଷ୍ଟାଣ୍ଟ କଲେକ୍ଟର କିଶୋର ସାହୁଙ୍କ ସମେତ ଜିଲ୍ଲା  ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done