ଚାକିରୀ ଆଶାୟୀ ବେକାର ଯୁବକ ଯୁବତୀ ପଞ୍ଜିକରଣ, ନବୀକରଣ ତଥା ଚାକିରୀ ଅନୁସନ୍ଧାନ ଆଦି କାର୍ଯ୍ୟ ଘରେ ବସି କରିପାରିବେ। ଏହି ମର୍ମରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଦେଶ ଜାରି କରାଯାଇଛି । ଆଶାୟୀ ପ୍ରାର୍ଥୀମାନେ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟକୁ ନ ଯାଇ ଘରେ ବସି ନିଜ ନିଜ ମୋବାଇଲ ଜରିଆରେ ଏହି ସମସ୍ତ ପଞ୍ଜୀକରଣ, ନବୀକରଣ ଓ ଚାକିରୀ ଅନୁସନ୍ଧାନ କାର୍ଯ୍ୟ କରିପାରିବେ । ପୂର୍ବରୁ ଚାକିରୀ ଆଶାୟୀ ଯୁବକ ଯୁବତୀ ବିଭିନ୍ନ ସମୟରେ ନିୟୋଜନ କାର୍ଯ୍ୟାଳୟକୁ ବାରମ୍ବାର ଯିବା ଆସିବାରେ ଆର୍ଥିକ କ୍ଷତି ସହିବା ସହ ଅନେକ ସମୟ ନଷ୍ଟ ହେଉଥିଲା । ଏଥିରୁ ଲାଘବ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଜିଲ୍ଲା ନିୟୋଜନ ଓ ଦକ୍ଷତା ବିକାଶ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ।
0 Comments