ଗତକାଲି ପଞ୍ଚପଡା ବାଲିଘାଟ ରାସ୍ତାରେ ଯୁବକଙ୍କୁ ହତ୍ୟା ଘଟଣାରେ ପୋଲିସ ତଦନ୍ତ ଆରମ୍ଭ

 

ଗତକାଲି ପଞ୍ଚପଡା ବାଲିଘାଟ ରାସ୍ତାରେ ଯୁବକଙ୍କୁ ହତ୍ୟା ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି , ପୁରୁଣା ପ୍ରେମକୁ ନେଇ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ଆସିବା ପରେ ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି ଝାରସୁଗୁଡ଼ା ଏସଡିପିଓ । 

 ତେବେ ସୂଚନା ଥାଉକି ମୃତ ପ୍ରମୋଦ ସିଂହ ଅଟୋ ଡ୍ରାଇଭର।


ପଞ୍ଚପଡା ବାଲିଘାଟ ରାସ୍ତାରେ ପ୍ରମୋଦଙ୍କ କ୍ଷତାକ୍ତ ମୃତ ଶରୀର ପଡ଼ିଥିବା ଓ ତାଙ୍କ ଅଟୋ ଛିଡ଼ା ଥିବା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ତାଙ୍କୁ ହତ୍ୟା କରି ଫେରାର ଥିବା ଅଭିଯୁକ୍ତଙ୍କୁ ପୋଲିସ ଖୋଜିବା ଆରମ୍ଭ କରିଦେଇଛି । ପ୍ରମୋଦ ତାଙ୍କ ଗାଁର ଜଣେ ଯୁବତୀ ସହିତ ପ୍ରେମ ସମ୍ପର୍କ ରହିଥିଲା । ଯେଉଁଥିପାଇଁ ଉଭୟ ପରିବାର ମଧ୍ୟରେ ଅସନ୍ତୋଷ ଲାଗିରହିଥିଲା । ପରେ ପରିବାର ପକ୍ଷରୁ ସହମତି ନମିଳିବାରୁ ଅଲଗା ହେବାକୁ ପଡ଼ିଥିଲା । ତେବେ ଏହା ମଧ୍ୟ ଏକ କାରଣ ହୋଇପାରେ ଏହି ହତ୍ୟାକାଣ୍ଡର ।ଏନେଇ ପୋଲିସ ବିଭିନ୍ନ ଦିଗ ଉପରେ ତଦନ୍ତ ଆରମ୍ଭ କରିଛି । ତେବେ ମୃତକ ପ୍ରମୋଦ କାହିଁକି ଏହି ସ୍ଥାନକୁ ଆସିଥିଲେ ଏବଂ କିଏ ତାଙ୍କୁ ହତ୍ୟା କରିଛି ? ଏହି ହତ୍ୟା ପଛର ରହସ୍ୟ କଣ ରହିଛି, ତାହା ପୋଲିସ ତଦନ୍ତ ପରେ ହିଁ ଜଣାପଡ଼ିବ । ଏନେଇ ଝାରସୁଗୁଡ଼ା ସଦରଥାନାରେ କେସ୍ ନଂ-୨୨୫ u/s ୩୦୨ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରହିଛି ।  ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଆଜି ମୃତକ ର ବାପାଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିବା ସହ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଆଜି ଶବବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done