ପିପୁଲସ ଫୋରମ ଓ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଖଣିଜ ପାଣ୍ଠି ର ମିଳିତ ସହାୟତାରେ ୨୦୧୬ ମସିହାରୁ ମହିଳା ମାନସିକ ରୋଗୀଙ୍କ ପାଇଁ ଉଦିଷ୍ଟ କେନ୍ଦ୍ର ମିଶନ ଆଶ୍ରା ଓ ପୁରୁଷ ମାନସିକ ରୋଗୀମାନଙ୍କ ପାଇଁ ଉଦିଷ୍ଟ ମିଶନ ଆଶାଲୋକ ଭଳି ୩ଟି କେନ୍ଦ୍ର ଝାରସୁଗୁଡା ଜିଲ୍ଲାରେ ପରିଚାଳିତ ହୋଇଛି। ଆଜି ପର୍ଯ୍ୟନ୍ତ ମିଶନ ଆଶ୍ରା ରେ (ମହିଳା ବିଭାଗ) ରେ ୫୪୮ ଜଣ ମହିଳା ମାନସିକ ରୋଗୀ ଆଡ଼ମିଟ ହୋଇଛନ୍ତି। ସେଥିମଧ୍ୟରୁ ୩୫୮ ଜଣ ମହିଳା ମାନସିକ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ୧୯୦ ଜଣ ମହିଳା ମାନସିକ ରୋଗୀ ଚିକିଶ୍ଚିତ ହୋଇ ସେମାନଙ୍କର ପରିବାରକୁ ଫେରିବା ପାଇଁ ଅପେକ୍ଷାରେ ଅଛନ୍ତି। ସେହିପରି ମିଶନ ଆଶାଲୋକ (ପୁରୁଷ ବିଭାଗ) ରେ ଆଜି ପର୍ଯ୍ୟନ୍ତ ୪୭୧ ଜଣ ଆଡ଼ମିଶନ ହୋଇଛନ୍ତି।
ସେଥିମଧ୍ୟରୁ ୩୨୭ ଜଣ ପୁରୁଷ ମାନସିକ ରୋଗୀ ଭଲ ହୋଇ ନିଜ ପରିବାରକୁ ଫେରିଛନ୍ତି। ବର୍ତ୍ତମାନ ଏହି କେନ୍ଦ୍ରରେ ୧୪୪ ଜଣ ମାନସିକ ପୁରୁଷ ରୋଗୀ ଚିକିଶ୍ଚିତ ହେଉଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଏହି ତିନିଟି କେନ୍ଦ୍ରରେ ମାନସିକ ରୋଗୀ ମାନଙ୍କୁ ମାନସିକ ରୋଗର ଚିକିତ୍ସା ସହିତ ବିଭିର୍ଣ ପ୍ରକାର ଧନ୍ଦା ମୂଳକ ଶିକ୍ଷା, ଯୋଗ, ପ୍ରଣାୟମ, ବ୍ୟାୟାମ ମଧ୍ୟ କରାଯାଇ ଥାଏ ଯାହା କି ତାଙ୍କ ମାନସିକ ରୋଗ ଭଲ ହେବାରେ ସହାୟକ ହୋଇଥାଏ। ଏହା ସହିତ ସେମାନଙ୍କର ମାନସିକ ଅବସ୍ଥା ରେ ଉର୍ଣ୍ଣତି ପାଇଁ ଓଡିଶା ର ପରମ୍ପରା ଅନୁସାରେ ସବୁ ଧର୍ମର ବିଭିର୍ଣ ପ୍ରକାର ପର୍ବପର୍ବାଣି ମଧ୍ୟ ପାଳନ କରାଯାଇଥାଏ। ଏବଂ କାଉନ୍ସେଲର ମାନଙ୍କ ଦ୍ୱାରା ଆଜି (୧୦/୧୦/୨୦୨୨) ବିଶ୍ୱ ମାନସିକ ଦିବସ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଏକ ଜନସଚେତନତା କାର୍ଯ୍ୟକ୍ରମ ବାହାରି ରେଳ ଷ୍ଟେସନ ପର୍ଯ୍ୟନ୍ତ ଯାଇ ସେଠାରେ ଅନ୍ତେବାସୀ ଓ କର୍ମଚାରୀ ମାନଙ୍କ ଦ୍ୱାରା ଏକ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇ ମାନସିକ ସ୍ୱାସ୍ଥ୍ୟ ବିଷୟରେ ଜନସଚେତନତା ସୃଷ୍ଟି କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଟିକୁ ଝାରସୁଗୁଡା ଜିଲ୍ଲା ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଙ୍କେଶ୍ୱର ଅମାତ ଓ ଅତିରିକ୍ତ ଆରକ୍ଷୀ ଅଧିକାରୀ ଶ୍ରୀଯୁକ୍ତ ଲମ୍ବୋଦର ବୁଡ଼ ସବୁଜ ପତାକା ହଲାଇ କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଶିକରିଣୀ ଶ୍ରୀମତୀ ଗୋପଲଷ୍ମୀ ହୋତା ମହୋଦୟା, ଜିଲ୍ଲା ଉପାଖଣ୍ଡିୟ ସାମାଜିକ ସୁରକ୍ଷା ଅଧିକରିଣୀ ଶ୍ରୀମତୀ ପ୍ରତିଭା ବେହେରା ମହୋଦୟା ଏବଂ ଶିକ୍ଷାବିତ ତଥା ସାମାଜିକ କର୍ମୀ ଶ୍ରୀମତୀ କବିତା ପଣ୍ଡା ମହୋଦୟା ଏବଂ ଅନ୍ୟାନ୍ୟ ବୁଦ୍ଧିଜୀବୀ ଓ ପୋଲିସ ଅଧିକାରୀମାନେ ଉପସ୍ଥିତ ରହି ଏହି ସଚେତନତା କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।
ଏହା ପୂର୍ବରୁ ଭିର୍ଣ ଭିର୍ଣ ଦିନରେ ଝାରସୁଗୁଡା ର ଲଷ୍ମୀ ନାରାୟଣ ମହାବିଦ୍ୟାଳୟ, ପି କେ ଏସ ଏସ ମହାବିଦ୍ୟାଳୟ ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟ, ବଡ଼ମାଲ ଠାରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପିପୁଲସ ଫୋରମ ର କର୍ମଚାରୀ ମାନଙ୍କ ଦ୍ୱାରା ଏହି ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ମାନସିକ ସ୍ୱାସ୍ଥ୍ୟ ବିଷୟରେ ଯୁବ ପିଢ଼ି ଓ ଉଚ୍ଚ ବିଦ୍ୟାଳୟ ମାନଙ୍କରେ ପଢ଼ୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇବା ଆମ ସଚେତନତା କାର୍ଯ୍ୟକ୍ରମର ଉଦେଶ୍ୟ ଥିଲା। ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେବା ସହିତ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଝାରସୁଗୁଡା ଜିଲ୍ଲା ସହିତ ଓଡ଼ିଶାର ଅନ୍ୟ ଜିଲ୍ଲା ମାନଙ୍କରୁ ମଧ୍ୟ ଜିଲ୍ଲାପାଳମାନଙ୍କର ପରାମର୍ଶ କ୍ରମେ / ସୁପାରିଶ ଦ୍ୱାରା ମାନସିକ ରୋଗୀ ମାନଙ୍କୁ ଆଡ଼ମିଶନ କରାଯାଇ ଥାଏ। ତା ସହିତ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ଗଣମାଧ୍ୟମ, ଜନସାଧାରଣ ଙ୍କ ଅନୁରୋଧ ଦ୍ୱାରା ମଧ୍ୟ ମାନସିକ ରୋଗୀମାନଙ୍କୁ ଆଡ଼ମିଶନ କରାଯାଇ ଥାଏ।
ପିପୁଲସ ଫୋରମ ସଂସ୍ଥା ତରଫରୁ ବିଶ୍ୱ ମାନସିକ ଦିବସ ଅବସରରେ ଜନସାଧାରଣଙ୍କୁ ଏହି ବାର୍ତା ଦେଉଛୁ ଯେ ମାନସିକ ସ୍ୱାସ୍ଥ୍ୟ ଓ ସାମଗ୍ରିକ ସୁସ୍ଥତା କୁ ସମଗ୍ର ବିଶ୍ୱବାସୀଙ୍କ ପାଇଁ ପ୍ରାଥମିକତା ଦେବା ଏବଂ ଯେପରି ଶାରୀରିକ ରୋଗକୁ ଆମେ ଗୁରୁତର ସହ ବିଚାରକୁ ନେଉଛେ ଠିକ ସେହିପରି ମାନସିକ ରୋଗ କୁ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ। ପ୍ରତିଟି ବ୍ୟକ୍ତିଙ୍କର ଯୋଗଦାନ ଦ୍ୱାରା ହିଁ ଏହି ଜନ ସଚେତନତା ସମ୍ଭବ ହୋଇ ପାରିବ।
0 Comments