ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ କାର୍ଯ୍ୟକ୍ରମ ଉଜ୍ଜ୍ବଳ ଭାରତ - ଉଜ୍ଜ୍ୱଳ ଭବିଷ୍ୟତ , ପାୱାର @ ୨୦୪୭ ଅନୁଷ୍ଠିତ

ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ କାର୍ଯ୍ୟକ୍ରମ ଉଜ୍ଜ୍ବଳ ଭାରତ - ଉଜ୍ଜ୍ୱଳ ଭବିଷ୍ୟତ , ପାୱାର @ ୨୦୪୭ ଅନୁଷ୍ଠିତ ହୋଇଛି । ଝାରସୁଗୁଡ଼ା ଜିଲ୍ଲା ସ୍ତରୀୟ ବିଦ୍ୟୁତ ମହୋତ୍ସବରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉତ୍ସବ ଉଦ୍ଘାଟନ କରିଥିଲେ ।  ଜିଲ୍ଲାରେ ସବୁ ଘରକୁ ବିଦ୍ୟୁତ ସଂଯୋଗ ସହ ଭୋଲ୍ଟେଜ ସମସ୍ୟା ଓ ଟ୍ରାନ୍ସଫର୍ମର ସମସ୍ୟାର ସାମାଧାନ ପାଇଁ କାର୍ଯ୍ୟ ଚାଲୁ ରହିଥିବା ଏବଂ ଏଥି ସକାଶେ ଜିଲ୍ଲାରେ ବିଦ୍ୟୁତ ସେବାରେ ଉନ୍ନତି ଆଣିବାର ଲକ୍ଷ୍ୟ ରଖି କୋଡ଼ିଏ ବର୍ଷ ପାଇଁ ଖସଡ଼ା ପ୍ରସୂତି କରାଯାଉଛି ବୋଲି ମନ୍ତ୍ରୀ କହିଥିଲେ । ଝାରସୁଗୁଡ଼ା ଜିଲ୍ଳାକୁ ଏକ ଅଗ୍ରଣୀ ଜିଲ୍ଲାରେ ପରିଣତ କରିବା ପାଇଁ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଉଲ୍ଲେଖ କରିଥିଲେ ।ଏନଟିପିସି , ଓପିଟିସିଏଲ ଓ ଟିପିଡବ୍ଲ୍ୟୁଓ ମିଳିତ ସହଯୋଗରେ ଝାରସୁଗୁଡ଼ା ଯାନ୍ତ୍ରିକ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ବିଦ୍ୟୁତ ମହୋତ୍ସବରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀ ଅଧ୍ୟକ୍ଷତା କରିବା ସହ ବିଜୁଳି ଶକ୍ତିର ଅଯଥା ଅପଚୟ ନ କରି ସମସ୍ତେ ଶକ୍ତି ସଞ୍ଚୟ କରିବା ଉପରେ ଗୁଋତ୍ୱାରୋପ କରିଥିଲେ ।  କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତୁଳାବତୀ ମିଞ୍ଜ ବିଦ୍ୟୁତ ଦେଶ ଉନ୍ନତିର ଆଧାର ବୋଲି କହିଥିଲେ । ଦର୍ଲିପାଲିସ୍ଥିତ ଏନ ଟି ପି ସିର ଏଜିଏମ୍ ସନ୍ଦୀପ କୁମାର ଦାସ ବିଦ୍ୟୁତ ମହୋତ୍ସବ ଆୟୋଜନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଦୁଇ ଜଣ ଉପଭୋକ୍ତା ବିମଳା ଦେବୀ ନନ୍ଦ ଓ ଗଣେଶ ରାମ ବାଗ ବିଜୁଳିର ଉପାଦେୟତା ସମ୍ପର୍କରେ କହିଥିଲେ । ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମରେ ପଥପ୍ରାନ୍ତ ନାଟକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅଧ୍ୟାପିକା ମନ୍ଦାକିନୀ ଶତପଥୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।  ଓପିଟିସିଏଲ୍ ଡିଜିଏମ୍ ସତ୍ୟବ୍ରତ ରାଉତ  ଧନ୍ୟବାଦ ଅର୍ପଣ କରିଥିବା ବେଳେ ଟିପିଡବ୍ଲ୍ୟୁଓ ନିର୍ବାହୀ ଯନ୍ତ୍ରୀ ଆଶିଷ କୁମାର ପଣ୍ଡା , ଏନଟିପିସି ଡିଜିଏମ୍ ସଞ୍ଜିତ କୁମାର ସେନାପତି , ଆସିସ୍ଟଣ୍ତ ମ୍ୟାନେଜର ସୁଧୀର କୁମାର ପାଣି , ଝାରସୁଗୁଡ଼ା ଯାନ୍ତ୍ରିକ ବିଦ୍ୟାଳୟ ଅଧ୍ୟକ୍ଷ ଡି . ଖୁରା , ଜିଲ୍ଲା ସଂସ୍କୃତି ଅଧିକାରୀ ଅନିଲ କେର୍କେଟା , ଜିଲ୍ଲା ସୂଚନା ଓ ଲୋମ ସମ୍ପର୍କ ଅଧିକାରୀ ଅଜୟ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done