ଜିଲ୍ଲାପାଳ ସୂଚନା ଦେଇ କହିଥିଲେ ଯେ, ୫ ଜୁଲାଇରୁ ୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଖସଡ଼ା ଭୋଟର ତାଲିକା ସମ୍ପର୍କରେ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ। ତ୍ରୁଟିମୁକ୍ତ ଚୂଡ଼ାନ୍ତ ଭୋଟର ତାଲିକା ପ୍ରସ୍ତୁତି ପାଇଁ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ଏବଂ ଜନସାଧାରଣଙ୍କୁ ଏହି ପ୍ରକ୍ରିୟାରେ ସକ୍ରିୟ ସହଯୋଗ କରିବାକୁ ଜ଼ିଲ୍ଲାପାଳ ଶ୍ରୀ ଚ ହ୍ଵାଣ ଆହ୍ୱାନ କରିଥିଲେ।
ଜିଲ୍ଲାରେ ବଣ୍ଟନ କରାଯାଇଥିବା ୪,୩୮,୪୩୩ଟି ଏନ୍ୟୁମେରେସନ୍ ଫର୍ମର ଶତପ୍ରତିଶତ ସଂଗ୍ରହ, ବୁଥ୍ ସ୍ତରୀୟ ଅଧିକାରୀ (BLO)ଙ୍କ ଦ୍ୱାରା ଯାଞ୍ଚ ଏବଂ ଡିଜିଟାଇଜେସନ୍ ସମ୍ପୂର୍ଣ୍ଣ ହୋଇଛି ଏବଂ ବ୍ରଜରାଜନଗର ବିଧାନସଭା କ୍ଷେତ୍ରରେ ୨,୧୪,୦୨୪ ଏବଂ ଝାରସୁଗୁଡ଼ା ବିଧାନସଭା କ୍ଷେତ୍ରରେ ୨,୨୪,୪୦୯ ଜଣ ପ୍ରି-ଡ୍ରାଫ୍ଟ ମତଦାତାଙ୍କ ଫର୍ମ ଡିଜିଟାଇଜ୍ କରାଯାଇଥିବା ବିଷୟରେ ବୈଠକ ରେ ସୂଚନା ପ୍ରଦାନ କରାଗଲା l
ଜିଲ୍ଲାରେ ମୋଟ ୨୩,୨୮୫ ଜଣ ଅଣ-ମ୍ୟାପ୍ ମତଦାତା ଚିହ୍ନଟ ହୋଇଥିବାବେଳେ ୧,୦୫,୪୩୧ଟି ଅସ୍ଥାୟୀ ନୋଟିସ୍ ଜାରି କରାଯିବ। ଏଥିସହ ୨୮,୫୪୫ଟି ଅସଂଗୃହୀତ ଫର୍ମ ଏବଂ ବିଭିନ୍ନ ସମ୍ଭାବ୍ୟ ତ୍ରୁଟିର ସମାଧାନ ପାଇଁ ଦାବି ଓ ଆପତ୍ତି ପ୍ରକ୍ରିୟାକୁ ସଫଳ କରିବାରେ ଜ଼ିଲ୍ଲାପାଳ ଶ୍ରୀ ଚହ୍ଵାଣ ସମସ୍ତଙ୍କ ସହଯୋଗ ଲୋଡିଥିଲେ l


0 Comments