ପରିଦର୍ଶନ ସମୟରେ ଜିଲ୍ଲାପାଳ ବୟନ ପ୍ରକ୍ରିୟା, ଉତ୍ପାଦର ଗୁଣବତ୍ତା, ବଜାରୀକରଣ ବ୍ୟବସ୍ଥା ଏବଂ ମହିଳାମାନଙ୍କ ଆୟବୃଦ୍ଧି ସମ୍ପର୍କରେ ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ। ଏଥିସହ ପାରମ୍ପରିକ ସମ୍ବଲପୁରୀ ହସ୍ତତନ୍ତ କଳାକୁ ସଂରକ୍ଷଣ କରିବା ସହ ଏହାକୁ ଅଧିକ ବ୍ୟାପକ ବଜାର ସହିତ ଯୋଡ଼ିବା ଉପରେ ଜ଼ିଲ୍ଲାପାଳ ଶ୍ରୀ ଚହ୍ଵାଣ ଗୁରୁତ୍ୱାରୋପ କରିଥିଲେ।
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟlମାନେ ନିଜ ଦକ୍ଷତା ଓ ପରିଶ୍ରମ ବଳରେ ଉତ୍କୃଷ୍ଟ ମାନର ସମ୍ବଲପୁରୀ ଶାଢ଼ୀ ଓ ଉତ୍ତରୀୟ ପ୍ରସ୍ତୁତ କରି ଆତ୍ମନିର୍ଭରଶୀଳତା ଦିଗରେ ସଫଳ ପଦକ୍ଷେପ ନେଇଥିବାରୁ ଜିଲ୍ଲାପାଳ ସେମାନଙ୍କୁ ପ୍ରଶଂସା କରିଥିଲେ। ସରକାରଙ୍କ ବିଭିନ୍ନ ଯୋଜନାର ସହାୟତାରେ ଏପରି ଉଦ୍ୟମକୁ ଆହୁରି ସୁଦୃଢ଼ କରିବା ଓ ବଜାର ସୁବିଧା ବୃଦ୍ଧି ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ଜ଼ିଲ୍ଲାପାଳ ମତବ୍ୟକ୍ତ କରିଥିଲେ। ଏଥିସହିତ ବେଦାନ୍ତ ଟିମ ଏହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ସହାୟତା ପ୍ରଦାନ କରୁଥିବାରୁ ଜ଼ିଲ୍ଲାପାଳ ଶ୍ରୀ ଚହ୍ଵାଣ ଖୁସି ବ୍ୟକ୍ତ କରିଥିଲେ l
ଜ଼ିଲ୍ଲାପାଳ ଙ୍କ ଏହି ପରିଦର୍ଶନ ଗ୍ରାମୀଣ ମହିଳାଙ୍କ ଆର୍ଥିକ ସଶକ୍ତିକରଣ ସହ ପାରମ୍ପରିକ ହସ୍ତତନ୍ତ ଶିଳ୍ପର ପ୍ରସାର ଓ ପ୍ରଚାରକୁ ନୂତନ ଆଶା ଦେଖାଇବ ବୋଲି ମତ ପ୍ରକାଶ ପାଇଥିଲା l


0 Comments