ଜିଲ୍ଲାପାଳଙ୍କ ବିଭିନ୍ନ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପରିଦର୍ଶନ


 ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ଆଜି ଲଖନପୁର ତହସିଲ ଅନ୍ତର୍ଗତ ତିନୋଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପରିଦର୍ଶନ କରି ଏହାର କାର୍ଯ୍ୟକାରିତାର ସମୀକ୍ଷା କରିଛନ୍ତି। ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳ ମାଚିଦା ସ୍ଥିତ ଜାମ୍ବୁନାଳ ପ୍ରକଳ୍ପ, ଅତାବିରା ଏବଂ ପାଲସଦାକୁ ଯାଇ ପ୍ରକଳ୍ପଗୁଡ଼ିକର କ୍ଷେତ୍ରସ୍ତରୀୟ ସ୍ଥିତି ଯାଞ୍ଚ କରିଥିଲେ। ପ୍ରତ୍ୟେକ ପ୍ରକଳ୍ପ ସ୍ଥଳରେ ଜିଲ୍ଲାପାଳ ସ୍ଥାନୀୟ ଗ୍ରାମବାସୀ ଓ ଚାଷୀମାନଙ୍କ ସହ କଥାବାର୍ତ୍ତା କରିଥିଲେ। ଜଳର ଉପଲବ୍ଧତା, ଅଞ୍ଚଳରେ ଜଳସେଚନ ସୁବିଧା, କେନାଲଗୁଡ଼ିକର ରକ୍ଷଣାବେକ୍ଷଣ ଏବଂ ଚାଷ ସମୟରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ସେ ପଚାରି ବୁଝିଥିଲେ।

ଚାଷୀମାନେ ଜଳସେଚନ କ୍ଷେତ୍ରରେ ପାଉଥିବା ସୁବିଧା ଓ ଅସୁବିଧା ବିଷୟରେ ନିଜ ନିଜର ଅନୁଭୂତି ଜଣାଇଥିଲେ। ଜିଲ୍ଲାପାଳ ସମସ୍ତ ଚାଷୀଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ଶୁଣିବା ସହ ଜଳସେଚନ ସେବାରେ ସୁଧାର ଆଣିବା ଏବଂ ଚାଷ ସମୟରେ ନିୟମିତ ଓ ସମୟାନୁବର୍ତ୍ତୀ ଜଳ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ପରିଦର୍ଶନ ସମୟରେ ଲଖନପୁରର ଅତିରିକ୍ତ ତହସିଲଦାର ଶ୍ରୀ ଅଜିତ କୁମାର ମହାନ୍ତ, କତରବଗା ଆର.ଆଇ. ଏବଂ ସ୍ଥାନୀୟ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done