ଜାତୀୟ ରାଜପଥ-୪୯ କଡ଼ରୁ ହଟିବ ବେଆଇନ ଭାବେ ଠିଆ ହୋଇଥିବା ଗାଡ଼ି*


 ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ନିର୍ଦ୍ଦେଶକ୍ରମେ ଏବଂ ଝାରସୁଗୁଡ଼ା ଉପ-ଜିଲ୍ଲାପାଳ ତଥା ଉପ-ଖଣ୍ଡୀୟ ମାଜିଷ୍ଟ୍ରେଟ୍‌ଙ୍କ ଆଦେଶ ଅନୁଯାୟୀ, ବ୍ରଜରାଜନଗର ପୌରାଞ୍ଚଳ ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ କଡ଼ରେ ବେଆଇନ ଭାବେ ଠିଆ ହୋଇଥିବା ସମସ୍ତ ଦାବି ନଥିବା ଗାଡ଼ିଗୁଡ଼ିକୁ ତୁରନ୍ତ ହଟାଇବା ପାଇଁ ଏକ ସରକାରୀ ବିଜ୍ଞପ୍ତି ଜାରି କରାଯାଇଛି। ବିଶେଷ କରି ବ୍ରଜରାଜନଗର ପୌରପାଳିକା ଅନ୍ତର୍ଗତ ବାରଘାଟ ଅଞ୍ଚଳରୁ ଆରମ୍ଭ କରି ୯ ନମ୍ବର ଢାବା ପର୍ଯ୍ୟନ୍ତ ରାସ୍ତା କଡ଼ରେ ଦୀର୍ଘ ଦିନ ଧରି ପଡ଼ି ରହିଥିବା ଗାଡ଼ିଗୁଡ଼ିକ ପାଇଁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ସମସ୍ତ ଗାଡ଼ି ଯୋଗୁଁ ଯାତାୟାତରେ ବାଧା ସୃଷ୍ଟି ହେବା ସହ ଦୁର୍ଘଟଣାର ଆଶଙ୍କା ବୃଦ୍ଧି ପାଉଥିବାରୁ ପ୍ରଶାସନ ତରଫରୁ ଏହି ପଦକ୍ଷେପ ନିଆଯାଇଛି। ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା 152 1(a) ଏବଂ ଉପ-ଜିଲ୍ଲାପାଳଙ୍କ ସରକାରୀ ଆଦେଶ ଅନୁଯାୟୀ, ସମ୍ପୃକ୍ତ ଗାଡ଼ି ମାଲିକମାନଙ୍କୁ ସେମାନଙ୍କର ଗାଡ଼ି ତୁରନ୍ତ ସେହି ସ୍ଥାନରୁ ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯଦି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଏହି ଅଦାବି କିମ୍ବା ପରିତ୍ୟକ୍ତ ଗାଡ଼ିଗୁଡ଼ିକୁ ମାଲିକମାନେ ନହଟାନ୍ତି, ତେବେ ଜିଲ୍ଲା ପ୍ରଶାସନ ଓ ପୋଲିସ କର୍ତ୍ତୃପକ୍ଷଙ୍କ ଦ୍ବାରା ସେଗୁଡ଼ିକୁ ଜବତ କରାଯିବ। ଏହାସହ ପ୍ରଶାସନ ପକ୍ଷରୁ କ୍ରେନ୍ ସାହାଯ୍ୟରେ ସେଗୁଡ଼ିକୁ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done