କୁକୁରଜଙ୍ଘା ରଥଯାତ୍ରା ପାଇଁ ଝାରସୁଗୁଡ଼ା ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ


 ଆସନ୍ତା ଜୁଲାଇ ୧୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା କୁକୁରଜଙ୍ଘା ସ୍ଥିତ ଶ୍ରୀ ପତିତପାବନ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରର ପବିତ୍ର ରଥଯାତ୍ରା-୨୦୨୬ ର ସୁପରିଚାଳନା ପାଇଁ ଆଜି ଝାରସୁଗୁଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ଓ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଝାରସୁଗୁଡ଼ା ଉପଜିଲ୍ଲାପାଳ  ସବ୍ୟସାଚୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳା ଓ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ବିସ୍ତୃତ ଆଲୋଚନା କରାଯାଇଛି। ରଥଯାତ୍ରା ସମୟରେ ମନ୍ଦିର ପରିଚାଳନା କମିଟି କୌଣସି ପ୍ରକାରର ବ୍ୟବସାୟିକ କାର୍ଯ୍ୟକଳାପ କରିପାରିବେ ନାହିଁ ବୋଲି ବୈଠକରେ ସ୍ପଷ୍ଟ କରାଯାଇଛି। ସେହିପରି ଆଇନଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ସହ ସମ୍ପୂର୍ଣ୍ଣ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବିଭାଗ ଦ୍ୱାରା ରଥଯାତ୍ରା ପୂର୍ବରୁ ଅଗ୍ନି ନିରାପତ୍ତା ଯାଞ୍ଚ କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି। ଏହା ସହିତ ରଥଟଣା ମାର୍ଗରେ ଥିବା ବୈଦ୍ୟୁତିକ ତାର ଓ ସଂଯୋଗୀକରଣର ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଟାଟା ପାୱାର କର୍ତ୍ତୃପକ୍ଷଙ୍କୁ ଦାୟିତ୍ୱ ଦିଆଯାଇଛି, ଯେପରି ଯାତ୍ରା ସମୟରେ କୌଣସି ଅଘଟଣ ନଘଟେ। ଜନସାଧାରଣ ଓ ଭକ୍ତମାନଙ୍କ ପାଇଁ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ମେଡିକାଲ ଟିମ୍ ଏବଂ ପ୍ରାଥମିକ ଚିକିତ୍ସାର ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ। ରଥଯାତ୍ରାର ପ୍ରତ୍ୟେକଟି ଦୃଶ୍ୟ, ନୀତିକାନ୍ତି ଏବଂ ପ୍ରଶାସନିକ ସୂଚନା ସଠିକ୍ ଭାବେ ପ୍ରସାରଣ ତଥା ପ୍ରକାଶନ କରିବା ପାଇଁ ମନ୍ଦିର କମିଟିର ସୂଚନା କେନ୍ଦ୍ର ଦ୍ୱାରା ବ୍ୟାପକ ସମନ୍ୱୟ ରକ୍ଷା କରାଯିବ। ଭକ୍ତମାନଙ୍କ ସୁବିଧା ଓ ଉତ୍ତମ ସମନ୍ୱୟ ପାଇଁ ମୋଟ ୪ଟି ସୂଚନା କାଉଣ୍ଟର ଖୋଲାଯିବ। ଏହି ବୈଠକର ନିର୍ଦ୍ଧାରିତ ନିଷ୍ପତ୍ତି ସମ୍ପର୍କରେ ଝାରସୁଗୁଡ଼ା ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ କୃଷ୍ଣାକେଶୀ ବଳିୟାରସିଂହ ସୂଚନା ପ୍ରଦାନ କରିଛନ୍ତି। ବୈଠକରେ ବିଡିଓ, ଏସଡିପିଓ, ଅଗ୍ନିଶମ ଅଧିକାରୀ, ଟାଟା ପାୱାରର ନିର୍ବାହୀ ଯନ୍ତ୍ରୀ ଏବଂ ଜଗନ୍ନାଥ ମନ୍ଦିର ଟ୍ରଷ୍ଟର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done