ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ 125ତମ ଜନ୍ମ ଜୟନ୍ତୀର ପବିତ୍ର ଅବସରରେ, ଝାରସୁଗୁଡ଼ା ଜିଲ୍ଲାର ଇଞ୍ଜିନିୟରିଂ ସ୍କୁଲ ପରିସରରେ ଏକ ଜିଲ୍ଲା ସ୍ତରୀୟ ଛାତ୍ର ସମ୍ମିଳନୀର ଆୟୋଜନ


 ଡ଼. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ 125ତମ ଜନ୍ମ ଜୟନ୍ତୀର ପବିତ୍ର ଅବସରରେ, ଝାରସୁଗୁଡ଼ା ଜିଲ୍ଲାର ଇଞ୍ଜିନିୟରିଂ ସ୍କୁଲ ପରିସରରେ ଏକ ଜିଲ୍ଲା ସ୍ତରୀୟ ଛାତ୍ର ସମ୍ମିଳନୀର ଆୟୋଜନ ହୋଇଥିଲା।

କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଭାରତୀୟ ଜନତା ପାର୍ଟିର ଶ୍ରୀ ସରତ ସତପଥୀ ଉପସ୍ଥିତ ରହିଥିଲେ। ଏହି ଅବସରରେ ଜିଲ୍ଲା ଭାଜପାର ସାଧାରଣ ସମ୍ପାଦକ ଶ୍ରୀ ନଵଲ ଅଗ୍ରୱାଲ ତଥା ଜିଲ୍ଲାର ଉଦୀୟମାନ ଯୁବ ନେତା ଇଞ୍ଜି. ଗୋପାଳ ପଟେଲ  ମଧ୍ୟ ବିଶେଷ ଅତିଥି ଭାବେ ସାମିଲ ହୋଇଥିଲେ। ସମ୍ମିଳନୀରେ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଶତାଧିକ ଛାତ୍ରଛାତ୍ରୀ ବହୁତ ଉତ୍ସାହର ସହ ଯୋଗଦେଇଥିଲେ।

କାର୍ଯ୍ୟକ୍ରମ ଚାଲିଥିବା ସମୟରେ ବକ୍ତାମାନେ ଡ଼. ମୁଖାର୍ଜୀ ଜୀଙ୍କ ଜୀବନ, ତାଙ୍କର ତ୍ୟାଗ ଏବଂ ରାଷ୍ଟ୍ର ନିର୍ମାଣରେ ତାଙ୍କର ଅଦ୍ୱିତୀୟ ଅବଦାନ ଉପରେ ଆଲୋକପାତ କରିଥିଲେ ଏବଂ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ତାଙ୍କ ଆଦର୍ଶରୁ ପ୍ରେରଣା ନେଇ ଦେଶସେବାରେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ। ସମଗ୍ର କାର୍ଯ୍ୟକ୍ରମ ଅନୁଶାସନ, ଉତ୍ସାହ ଓ ଦେଶଭକ୍ତି ଭାବନାରେ ପରିପୂର୍ଣ୍ଣ ରହିଲା ତଥା ଅତ୍ୟନ୍ତ ସଫଳତାର ସହ ସମ୍ପନ୍ନ ହୋଇଛି

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done