ଆତ୍ମହତ୍ୟା ବୋଲି ରେଳବାଇ ପୋଲିସ୍ ର ସଂଦେହ।
*'ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି'* ଲେଖାଥିବା ଏକ ହାତଲେଖା କାଗଜ ରେଳବାଇ ପୋଲିସ୍ ଜବତ୍ କରିଥିବା ସୂଚନା ।
ଝାରସୁଗୁଡ଼ାରେ ଶୋକର ଛାୟା
ଝାରସୁଗୁଡ଼ା ଜିଲ୍ଲାର ବରିଷ୍ଠ ଆଇନଜୀବୀ, ପୂର୍ବତନ ଜିଲ୍ଲା ଓକିଲ ସଂଘର ସଭାପତି Trinath Gual ଙ୍କ ମୃତ୍ୟୁ ଖବର ସମଗ୍ର ଜିଲ୍ଲାକୁ ସ୍ତବ୍ଧ କରିଦେଇଛି। ଆଜି ସକାଳେ ରେଳ ଧାରଣା ନିକଟରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ପ୍ରାଥମିକ ଭାବେ ଏହା ଆତ୍ମହତ୍ୟା ଘଟଣା ହୋଇଥିବା ସନ୍ଦେହ କରାଯାଉଛି।
ସୂଚନା ଅନୁସାରେ, ରେଳ ଲାଇନ ନିକଟରେ ଏକ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପରେ ମୃତକଙ୍କ ପରିଚୟ ତ୍ରିନାଥ ଗୁଆଲ ଭାବେ ହୋଇଥିଲା। ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ତଦନ୍ତ ଚଳାଇଛି।
ତାଙ୍କ ଅକାଳ ବିୟୋଗ ଖବରରେ ଆଇନଜୀବୀ ମହଲ, ରାଜନୈତିକ ବର୍ଗ ଓ ସାମାଜିକ ସଂଗଠନଗୁଡ଼ିକ ମଧ୍ୟରେ ଗଭୀର ଶୋକର ଛାୟା ଖେଳିଯାଇଛି।
ପୋଲିସ ପକ୍ଷରୁ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ତଦନ୍ତ ରିପୋର୍ଟ ଓ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ ଚିତ୍ର ସ୍ପଷ୍ଟ ହେବ ବୋଲି କୁହାଯାଇଛି।


0 Comments