ଜିଲ୍ଲା ପୋଲିସ-ମାଜିଷ୍ଟ୍ରେସି ସମନ୍ୱୟ ବୈଠକ ଅନୁଷ୍ଠିତ


  ଜିଲ୍ଲାପାଳ  କୁଣାଲ ମୋତିରାମ ଚହ୍ବାଣ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ 'ପୋଲିସ-ମାଜିଷ୍ଟ୍ରେସି ସମନ୍ୱୟ' ବୈଠକ ଆଭାସି ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଶାନ୍ତି ଓ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ଼ କରିବା ପାଇଁ ପୋଲିସ, ପ୍ରଶାସନ ଏବଂ ସଂଶ୍ଳିଷ୍ଟ ସହଯୋଗୀ ବିଭାଗ ଯେପରିକି ସ୍ୱାସ୍ଥ୍ୟ ବିଭାଗ, ଆର.ଟି.ଓ ଏବଂ ଅବକାରୀ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ବୈଠକରେ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ପ୍ରତିଷେଧକ ମାମଲାଗୁଡ଼ିକର ସମୟାନୁବର୍ତ୍ତୀ ସମାଧାନ, ଅତ୍ୟାଚାର ଏବଂ ନିର୍ଯାତନା ସମ୍ବନ୍ଧୀୟ ମାମଲାର ମିଳିତ ତଦନ୍ତ, ବେଆଇନ ଜବରଦଖଲ ଉଚ୍ଛେଦ ଅଭିଯାନ ସହ ଜିଲ୍ଲାର ସାଧାରଣ ଓ ଶିଳ୍ପାଞ୍ଚଳର ଆଇନ ଶୃଙ୍ଖଳା ସ୍ଥିତି ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହା ସହିତ ଅଧ୍ୟକ୍ଷତା କରୁଥିବା ଅଧିକାରୀଦ୍ୱୟ ଜିଲ୍ଲାରେ ବେଆଇନ କାର୍ଯ୍ୟକଳାପକୁ ରୋକିବା ପାଇଁ ମିଳିତ ଚଢ଼ାଉକୁ ଆହୁରି ବ୍ୟାପକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ଲଘୁ ଖଣିଜର ବେଆଇନ ପରିବହନ, ଅବକାରୀ ସାମଗ୍ରୀ ଜବତ ଏବଂ ମୋଟର ଯାନ ଆକ୍ଟ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗୁରୁତ୍ୱ ଦିଆଯାଇଛି। ଏହି ବୈଠକରେ ଜିଲ୍ଲା ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍, ଉପ-ଜିଲ୍ଲାପାଳ, ସମସ୍ତ ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପୌରପାଳିକାର ନିର୍ବାହୀ ଅଧିକାରୀ, ସମସ୍ତ ଆଇଆଇସି, ଏସଡିପିଓ ଏବଂ ଜିଲ୍ଲାର ବରିଷ୍ଠ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done