ତେଲକୋଇ ନିକଟରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ଅଳ୍ପକେ ବର୍ତ୍ତିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ


 ଅଳ୍ପକେ ବର୍ତ୍ତିଲେ ସ୍ୱାସ୍ଥ୍ୟମନ୍ତ୍ରୀ: ମୁକେଶ ମହାଲିଙ୍ଗଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ

ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ମୟୂରଭଞ୍ଜ ଗସ୍ତ ସମୟରେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଜଗମୋହନପୁର ନିକଟରେ ଏହି ଅଘଟଣ ଘଟିଛି ।ସୂଚନା ଅନୁଯାୟୀ, ମନ୍ତ୍ରୀଙ୍କ କାର୍‌ଟି ଏକ କନଭୟରେ ଯାଉଥିବା ବେଳେ ଏହା ସମ୍ମୁଖରେ ଥିବା ପାଇଲଟ୍ ଗାଡ଼ିଟି ହଠାତ୍ ବ୍ରେକ୍ ମାରିଦେଇଥିଲା । ଫଳରେ ପଛରେ ଥିବା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କାର୍‌ଟି ନିୟନ୍ତ୍ରଣ ହରାଇ ପାଇଲଟ୍ ଗାଡ଼ିକୁ ପଛପଟୁ ଧକ୍କା ଦେଇଥିଲା । ସୂଚନାମୁତାବକ ଏହି ଦୁର୍ଘଟଣାରେ ମନ୍ତ୍ରୀଙ୍କ ଗାଡ଼ିର ଆଗ ପାର୍ଶ୍ୱ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି, କିନ୍ତୁ ସୌଭାଗ୍ୟବଶତଃ ମନ୍ତ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । ଦୁର୍ଘଟଣା ପରେ ସେ ଅନ୍ୟ ଏକ ଗାଡ଼ି ଯୋଗେ ନିଜର ଗନ୍ତବ୍ୟ ସ୍ଥଳ ଅଭିମୁଖେ ବାହାରି ଯାଇଥିବା ଜଣାପଡ଼ିଛି ।ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଥିଲେ ହେଁ, ସେ ସୁରକ୍ଷିତ ଥିବା ଖବର ପାଇ ସମସ୍ତେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done