ଅପଶବ୍ଦ ବ୍ୟବହାର ଉପରେ ଅଙ୍କୁଶ ପାଇଁ ପ୍ରସ୍ତାବ ଦେଇଛନ୍ତି ଆଇନ କମିଶନ୍
ଅପଶବ୍ଦ ଓ ଘୃଣିତ ଅପରାଧ ଆକ୍ଟ୍ ଲାଗୁ କରିବାକୁ ଯାଉଛନ୍ତି ସରକାର୍ ।
ସୋସିଆଲ ମିଡିଆରେ ଅଶ୍ଳୀଳ ଏବଂ ଅପଶବ୍ଦ ବ୍ୟବହାର ଉପରେ ଲାଗିବାକୁ ଯାଉଛି ଲଗାମ । ଏଣିକି ସରକାର ଆଣିବେ କଠୋର ଆଇନ । ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା କି ଅପଶବ୍ଦ ବ୍ୟବହାର କଲେ କଡା ଆକ୍ସନ ହେବ ବୋଲି ଚେତାଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏପରିକି ସର୍ବସାଧାରଣ ସ୍ଥାନରେ ମନଇଚ୍ଛା କାହାକୁ ଅପଶବ୍ଦ ବ୍ୟବହାର ଉପରେ ବି ରୋକ ଲଗାଯିବ । ଅଙ୍କୁଶ ଆଣିବା ପାଇଁ ଏକ ଆଇନର ପ୍ରସ୍ତାବ ଦେଇଛନ୍ତି ଆଇନ କମିଶନ । ପ୍ରିଭେନସନ ଅଫ ହେଟ ସ୍ପିଚ୍ ଏଣ୍ଡ ହେଟ କ୍ରାଇମ୍ ଆକ୍ଟ ସରକାର ଲାଗୁ କରିବାକୁ ଯାଉଛନ୍ତି ବୋଲି ଆଇନ ମନ୍ତ୍ରୀ କହିଛନ୍ତି ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ସେ କହିଛନ୍ତି ସୋସିଆଲ ମିଡ଼ିଆ କୁତ୍ସିତ ହେବାକୁ ଆରମ୍ଭ ହେଲାଣି । କିଛି ଲୋକ ଅଭଦ୍ର ମାନସିକତା ଦେଖାଉଛନ୍ତି । ଏହାର ପ୍ରକୃତ ଚିକିତ୍ସା ହେବା ଦରକାର ବୋଲି ସେ କହିଛନ୍ତି । ଖୁବ୍ ଶୀଘ୍ର ଏହି ଆଇନ୍ ଲାଗୁ ହେବ । ଏହି ଆଇନ୍ ଲାଗୁ ହେଲେ ସମାଜରେ ଥି କୁତ୍ସିତ ମାସନିକର ଲୋକ ସଠିକ୍ ରାସ୍ତାକୁ ଆସିବେ ବୋଲି ସେ କହିଛନ୍ତି ।


0 Comments