ବୈଠକରେ ବିଶେଷ କରି ବୁର୍ଲା ଜଳସେଚନ ବିଭାଗ ପକ୍ଷରୁ ମାର୍ଚ୍ଚ ମାସ ପାଇଁ ଜଳକର ଆଦାୟର ସ୍ଥିତି ସମୀକ୍ଷା କରାଯାଇଥିଲା। ଏହା ସହିତ ଖଣି, କୃଷି, ଆର.ଟି.ଓ, ଜମି ଜମା ସଂକ୍ରାନ୍ତୀୟ ରାଜସ୍ୱ ଏବଂ ଅବକାରୀ ବିଭାଗର କାର୍ଯ୍ୟାବଳୀ ଉପରେ ଆଲୋଚନା ହୋଇଥିଲା। ବେଆଇନ ମଦ କାରବାର ଓ ଚୋରା ଚାଲାଣ ରୋକିବା ପାଇଁ ଏନଫୋର୍ସମେଣ୍ଟ ପ୍ରକ୍ରିୟାକୁ ଅଧିକ ଜୋରଦାର କରିବା ସହ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।
ଉକ୍ତ ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ସ୍ୱାଇଁ, ଉପ-ଜିଲ୍ଲାପାଳ ଶ୍ରୀ ସବ୍ୟସାଚୀ ପଣ୍ଡା ଏବଂ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ରାଜସ୍ୱ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲାର ପ୍ରଗତି ଓ ସରକାରୀ ପାଣ୍ଠିକୁ ସୁଦୃଢ଼ କରିବା ପାଇଁ ପ୍ରତିଟି ବିଭାଗ ନିଜର ଶତପ୍ରତିଶତ ଚେଷ୍ଟା କରିବା ଉଚିତ ବୋଲି ବୈଠକରେ ଜିଲ୍ଲାପାଳ ମତ ପ୍ରକାଶ କରିଥିଲେ।
ଶେଷରେ ଜିଲ୍ଲାପାଳ ସମସ୍ତ ତହସିଲଦାର ଏବଂ ଉପ-ଜିଲ୍ଲାପାଳଙ୍କୁ ବିଭିନ୍ନ ରାଜସ୍ବ ସଂକ୍ରାନ୍ତୀୟ କାର୍ଯ୍ୟକଳାପକୁ ନିୟମିତ ସମୀକ୍ଷା କରିବାକୁ କହିଛନ୍ତି। ରାଜସ୍ୱ ଆଦାୟ କ୍ଷେତ୍ରରେ କୌଣସି ପ୍ରକାର ଶିଥିଳତାକୁ ଗ୍ରହଣ କରାଯିବ ନାହିଁ ଏବଂ ସମସ୍ତ ତଥ୍ୟ ନିୟମିତ ଭାବେ ଜିଲ୍ଲାପାଳଙ୍କୁ ପ୍ରଦାନ କରିବା ପାଇଁ ସେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


0 Comments