ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ‘ସ୍ନେହ ସେତୁ’କୁ ପୁଣି ମିଳିଲା ସଫଳତା; ପରିବାରକୁ ଫେରିଲେ ମଧ୍ୟପ୍ରଦେଶର ନିଖୋଜ ଯୁବକ ଘନଶ୍ୟାମ


 *ଝାରସୁଗୁଡ଼ା,  ଜିଲ୍ଲା ପ୍ରଶାସନର ମାନବୀୟ ପଦକ୍ଷେପ ‘ସ୍ନେହ ସେତୁ’ ଅଭିଯାନ ମାଧ୍ୟମରେ ଆଉ ଏକ ବିଚ୍ଛିନ୍ନ ପରିବାର ଯୋଡ଼ି ହୋଇଛି।ମଧ୍ୟପ୍ରଦେଶ ଛତରପୁର ଅଞ୍ଚଳର ୩୪ ବର୍ଷୀୟ ଯୁବକ ଘନଶ୍ୟାମ ଅହିରୱାର ଦୀର୍ଘ ଦିନ ପରେ ଆଜି ନିଜ ପରିବାର ସହ ଜିଲ୍ଲାପାଳଙ୍କ ଉପସ୍ଥିତିରେ ପୁନଃମିଳିତ ହୋଇଛନ୍ତି। ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଘନଶ୍ୟାମଙ୍କୁ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ସୂଚନାଯୋଗ୍ୟ ଯେ, ଗତ ୨୪.୦୯.୨୦୨୩ ରିଖରେ ଘନଶ୍ୟାମଙ୍କୁ ବ୍ରଜରାଜନଗର ଅଞ୍ଚଳରୁ ଅସହାୟ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଝାରସୁଗୁଡ଼ା ‘ମିଶନ ଆଶାଲୋକ’ ଟିମ୍ ପକ୍ଷରୁ ତାଙ୍କୁ ଉଦ୍ଧାର କରାଯାଇ କେନ୍ଦ୍ରରେ ଆଶ୍ରୟ ପ୍ରଦାନ କରାଯିବା ସହ ଆବଶ୍ୟକୀୟ ଚିକିତ୍ସା ଓ ସେବା ଯୋଗାଇ ଦିଆଯାଇଥିଲା। ସେଠାରେ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବା ପରେ ସେ ନିଜ ଘର ମଧ୍ୟପ୍ରଦେଶର ଛତରପୁର ଜିଲ୍ଲା ଭଗୌରା ଗ୍ରାମରେ ବୋଲି ସୂଚନା ଦେଇଥିଲେ। ଏହାପରେ ଜିଲ୍ଲା ପ୍ରଶାସନ ଓ ମିଶନ ଆଶାଲୋକ ଟିମ୍ ପକ୍ଷରୁ ତୁରନ୍ତ ତାଙ୍କ ପରିବାର ସହ ଯୋଗାଯୋଗ କରାଯାଇଥିଲା। 

ଆଜି ଘନଶ୍ୟାମଙ୍କୁ ନେବା ପାଇଁ ତାଙ୍କ ଭାଇ ରାମଦୀନ ଅହିରୱାର ଏବଂ ଦାଦା ରମେଶ ଅହିରୱାର ଝାରସୁଗୁଡ଼ାରେ ପହଞ୍ଚିଥିଲେ। ଦୀର୍ଘ ଦିନ ପରେ ନିଜ ପରିବାରକୁ ପାଖରେ ପାଇ ଘନଶ୍ୟାମ ବେଶ୍ ଭାବବିହ୍ୱଳ ହୋଇପଡ଼ିଥିଲେ। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଚହ୍ବାଣ କହିଛନ୍ତି ଯେ, "ସ୍ନେହ ସେତୁ ମାଧ୍ୟମରେ ଏପର୍ଯ୍ୟନ୍ତ ୨୭ ଜଣ ବ୍ୟକ୍ତି ନିଜ ପରିବାର ସହ ପୁନଃମିଳିତ ହୋଇସାରିଲେଣି। ଜଣେ ନିଖୋଜ ବ୍ୟକ୍ତିଙ୍କୁ ତାଙ୍କ ପ୍ରିୟଜନଙ୍କ ସହ ଯୋଡ଼ିବାରେ ଯେଉଁ ଆତ୍ମସନ୍ତୋଷ ମିଳେ, ତାହା ହିଁ ଏହି ଅଭିଯାନର ପ୍ରକୃତ ସଫଳତା।" ଏହି ପୁନଃମିଳନ କାର୍ଯ୍ୟକ୍ରମ ସମୟରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଏବଂ ମିଶନ ଆଶାଲୋକର ସଦସ୍ୟମାନେ ଉପସ୍ଥିତ ରହି ଘନଶ୍ୟାମଙ୍କୁ ଶୁଭେଚ୍ଛା ସହ ବିଦାୟ ଜଣାଇଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done