ଝାରସୁଗୁଡ଼ା ଜିଲ୍ଲା ଏୟାରପୋର୍ଟ ଥାନା ଅନ୍ତର୍ଗତ ତାଳପଟିଆ ଠାରେ ବଡ଼ ଧରଣର ଚୋରି ହୋଇଥିବା ଅଭିଯୋଗ। ବ୍ୟବସାୟୀ ଦଶରଥ ଶର୍ମା ଙ୍କ ଘରେ ବିଳମ୍ବିତ ରାତିରେ କଳା କନା ବୁଲାଇଲେ ଚୋର। ପ୍ରବଳ ଗରମ ସଙ୍ଗେ ଏସି କାମ କରୁନଥିବାରୁ ଘର ସଦସ୍ୟ ସବୁ ଉପର ମହଲା ରେ ଶୋଇଥିଲେ। ତେବେ ଦଶରଥ ଶର୍ମା ଙ୍କ ଘର ପଛ ପଟୁ ପଶି ଚୋର ମାନେ ଚୋରି କରିଥିବା ଅଭିଯୋଗ ହୋଇଛି। ତେବେ ଗୋଟିଏ ରାତିରେ ଦୁଇଟି ଘରେ ଚୋରି କରିଛନ୍ତି ଦୁର୍ବୃତ୍ତ। ସୁନା ହୀରା ଅଳଙ୍କାର ଚୋରି କରି ନେଇଛନ୍ତି ଦୁର୍ବୃତ୍ତ। ପ୍ରାୟ ଚାରୋଟି ସୁନା ଚେନ, ଗୋଟିଏ ହୀରା ସେଟ୍, 10 ରୁ ଉର୍ଦ୍ଧ୍ବ ସୁନା ଇୟରିଂ, ନେକ୍ଲେସ୍ ଚୋରି ହୋଇଥିବା ଘର ମାଲିକ କହିଛନ୍ତି। ତେବେ ଚୋରି ସାମଗ୍ରୀ ର ଆନୁମାନିକ ମୂଲ୍ୟ ପ୍ରାୟ 20 ଲକ୍ଷ ରୁ ଅଧିକ ହେବା ନେଇ ଅନୁମାନ କରାଯାଉଛି। ଘଟଣା ସ୍ଥଳରେ ଏସପି ଉପସ୍ଥିତ ଥିବା ବେଳେ, ଡ଼ଗ ସ୍କ୍ବାର୍ଡ, ସାଇଣ୍ଟିଫିକ ଟିମ ପହଂଚି ତଦନ୍ତ କରୁଛନ୍ତି। ଘର ପଛ ପଟୁ ଚୋର ମାନେ ଚୋରି କରିଥିବା ଅନୁମାନ କରାଯାଉଛି। ତିନି ଜଣ ଦୁର୍ବୃତ୍ତ ଦଶରଥ ଶର୍ମା ଙ୍କ ଘର ପଛ ପଟୁ ପଶିବା ନେଇ ସିସିଟିଭିରେ ଦେଖା ଯାଉଚି।


0 Comments