ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ଡି ଏମ ଅଫ ଅଡିଟରିଅମ ହଲ ଠାରେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ କୁଣlଲ ମୋତିରାମ ଚୱlଣ ଙ୍କ ଅଧ୍ୟକ୍ଷତା ରେ ଅତିରିକ୍ତ ଜ଼ିଲ୍ଲାପାଳ(ରାଜସ୍ବ )ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ସ୍ୱାଇଁ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଡେପୁଟି କଲେକ୍ଟର ରାଜସ୍ବ ବିଶ୍ୱ କେସନ ପାଣ୍ଡେ,ଭୂ ଅର୍ଜନ ଅଧିକାରୀ ବିନୟ ପଟେଲ, ସ୍ୱତନ୍ତ୍ର ଭୁ ଅର୍ଜନ ଅଧିକାରୀ ସୌମେସ ଆଚାର୍ଯ୍ୟ, ଡେପୁଟି କଲେକ୍ଟର ଜୟଶ୍ରୀ ଦେହୁରୀଆ,ତହସିଲଦାର ଶ୍ରଦ୍ଧାକର କୁମ୍ଭାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ,ଝାରସୁଗୁଡା ଅନିଲ ଆଚାର୍ଯ୍ୟ, ନିର୍ବାହୀ ଅଧିକାରୀ ,ବ୍ରଜରାଜନଗର ଚନ୍ଦ୍ର ମଣି ସ୍ୱାଇଁ ସହକାରୀ ଜ଼ିଲ୍ଲାପାଳ ମୃତ୍ୟୁଞ୍ଜୟ ଶବର ଶ୍ରୀଯୁକ୍ତ ସ୍ୱାଇଁ ଙ୍କୁ ଏକ ଦକ୍ଷ ପ୍ରଶାସକ, ସୁ ଶାସକ ବୋଲି ସମ୍ବୋଧନ କରିବl ସହ ଏକାଧାରା ରେ ସେ ଜଣେ କବି, ଲେଖକ, ଶିକ୍ଷକ, ବୋଲି ସମ୍ବୋଧନ କରି ତାଙ୍କର ଅବସରକାଳୀନ ସମୟ ସୁଖମୟ, ଶାନ୍ତିମୟ ଏବଂ ମଙ୍ଗଳମୟ ହେଉ ଏବଂ ପରିବାର ସହ ସମୟ ଅତିବାହିତ କରନ୍ତୁ ବୋଲି କାମନା କରିଥିଲେ l ଏହା ସହ ରୋଷେଇ ପ୍ରତି ରୁଚି, ଖେଳ ପ୍ରତି ଅlଗ୍ରହ ଏବଂ ରେଭିନ୍ୟୁ ବିଷୟରେ ସାର ଙ୍କ ଅଗାଧ ଜ୍ଞାନ ଥିବାରୁ ସେ ସମସ୍ତ ଙ୍କ ର ଅତି ପ୍ରିୟ ଥିଲେ ବୋଲି ମଧ୍ୟ ମତବ୍ୟକ୍ତ କରିଥିଲେ lଡେପୁଟି କଲେକ୍ଟର (ସଂସ୍ଥାପନl) ଲୋପାମୁଦ୍ରା ସାମଲ ଏକ ସ୍ୱ ରଚିତ କବିତା ପାଠ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ରାଜସ୍ବ ସହାୟକ ପଲଟୁ କୁମାର ନାୟକ, ସୁଦର୍ଶନ କାଲୋ ଏବଂ ଅମୀୟ କୁମାର ସରlଫ ଏବଂ ରାଜସ୍ବ ନିରୀକ୍ଷକ ବିଦେଶିନୀ ମାଳି ଶ୍ରୀଯୁକ୍ତ ସ୍ୱାଇଁ କର୍ମଚାରୀ ମାନଙ୍କୁ ଉଚିତ ମାର୍ଗ ଦର୍ଶନ କରିଛନ୍ତି, ଏବଂ ସେଥିପାଇଁ ସେ ସବୁଦିନ ପାଇଁ ମନେରହିବେ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ l ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ଚୱlଣ ବିଦାୟୀ ଅତିରିକ୍ତ ଜ଼ିଲ୍ଲାପାଳ(ରାଜସ୍ବ ) ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ସ୍ୱାଇଁ ରାଜସ୍ବ ବିଭାଗ ର ସମସ୍ତ ଗୁରୁ ଦାୟିତ୍ୱ ତୁଲାଇ ଥିବାରୁ ଶ୍ରୀଯୁକ୍ତ ସ୍ୱାଇଁ ଙ୍କ ନିକଟରେ କୃତଜ୍ଞତା ଜ୍ଞlପନ କରିବା ସହ ପୁଷ୍ପଗୁଛ, ଉତ୍ତରୀୟ, ମାଆ ସମଲେଇ ଙ୍କ ତୈଳ ଚିତ୍ର, ଏକ ଚାରା ଗଛ ସହ ପ୍ରୋଭିଜିନାଲ ପେନସନ ପ୍ରଦାନ କରିଥିଲେ l ଏହି ସମ୍ବର୍ଦ୍ଧନା ସଭା ରେ ଅତିରିକ୍ତ ଜ଼ିଲ୍ଲାପାଳ (ସାଧାରଣ ) ବ୍ରଜବନ୍ଧୁ ଭୋଇ, ପ୍ରକଳ୍ପ ନିର୍ଦ୍ଦେଶକ, (ପୁନର୍ବାସ ଓ ଥଇଥାନ ଶ୍ରୀଯୁକ୍ତ ଲଳିତ ସୋରନ, ଉପ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସବ୍ୟସାଚୀ ପଣ୍ଡା ମଂଚାସୀନ ଥିଲେ l ସମସ୍ତେ ଶ୍ରୀଯୁକ୍ତ ସ୍ୱାଇଁ ଙ୍କ ସହ କାଟିଥିବା ମୁହୂର୍ତ୍ତ କୁ ବ୍ୟାକ୍ଷ୍ୟା କରିବା ସହ ଅବସରକାଳୀନ ସମୟ ଭଲ ରେ କଟୁ ବୋଲି ଈଶ୍ୱର ଙ୍କ ଠାରେ କାମନା କରିଥିଲେ lଏହି କାର୍ଯ୍ୟକ୍ରମ କୁ ଡେପୁଟି କଲେକ୍ଟର ଅମ୍ରିତ ଆଚାର୍ଯ୍ୟ ପରିଚାଳନା କରିଥିଲେ ଏବଂ ସମ୍ବର୍ଦ୍ଧନା ସଭା ଶେଷରେ ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ସଭାରେ ବିଭିନ୍ନ ବିଭାଗ ର ଜ଼ିଲ୍ଲା ସ୍ତରୀୟ ଅଧିକାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ନିର୍ବାହୀ ଅଧିକାରୀ, ତହସିଲଦାର,ସମସ୍ତ ଡେପୁଟି କଲେକ୍ଟର, ସହକାରୀ ଜ଼ିଲ୍ଲାପାଳ, ବରିଷ୍ଠ ଏବଂ କନିଷ୍ଠ ରାଜସ୍ବ ସହାୟକ, କନିଷ୍ଠ ସହାୟକ ଙ୍କ ସହ ଅନ୍ୟାନ୍ୟ ପଦାଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ l


0 Comments