ପଂଚାୟତ ସମିତି ମହାବିଦ୍ୟାଳୟ , କୋଲାବିରା ପରିସରରେ ଆଜି ଏକ ଭବ୍ୟ ମେଧାବୀ ଵିଦ୍ୟାଥୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସୁଶୀଲ କୁମାର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷା ବିଭାଗର ମେଧାବୀ ଛାତ୍ରୀ ସୁଶ୍ରୀ ରଚନା ସରାଫଙ୍କୁ ସ୍ୱତନ୍ତ୍ର ଭାବରେ ସମ୍ବର୍ଦ୍ଧିତ କରାଯାଇଛି। ସୁଶ୍ରୀ ରଚନା ସରାଫ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଯୁକ୍ତ ତିନି ଶିକ୍ଷା ବିଭାଗ ପରୀକ୍ଷାରେ ୯.୧୩ ସିଜିପିଏ ଅର୍ଜନ କରି ସ୍ୱର୍ଣ୍ଣ ପଦକ ହାସଲ କରି ମହାବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ଅବସରରେ ଅଧ୍ୟକ୍ଷ ଶ୍ରୀ ନାୟକ ରଚନାଙ୍କ ଅଦମ୍ୟ ପରିଶ୍ରମ, ନିଷ୍ଠା ଓ ଅଧ୍ୟବସାୟର ଉଚ୍ଚ ପ୍ରଶଂସା କରି କହିଥିଲେ ଯେ, ଏଭଳି ସଫଳତା କେବଳ ମହାବିଦ୍ୟାଳୟ ପାଇଁ ଗୌରବର ବିଷୟ ନୁହେଁ, ବରଂ ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ପ୍ରେରଣାର ଉତ୍ସ ହେବ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଅଧ୍ୟାପକ ସରୋଜ କୁମାର ପଟେଲ, ଲବ ପ୍ରଧାନ ସହିତ ଅନ୍ୟ ଅଧ୍ୟାପକ,ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ରଚନା ସରାଫଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ସ୍ମାରକ ପ୍ରଦାନ କରି ସମ୍ମାନିତ କରିଥିଲେ। ଶେଷରେ ବିଭାଗୀୟ ମୁଖ୍ୟ ଡ଼. ନରେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସମସ୍ତେ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।


0 Comments