ମୂଲ୍ୟବୋଧଭିତ୍ତିକ ଶିକ୍ଷା ଆଧାରିତ କର୍ମଶାଳା ଅନୁଷ୍ଠିତ


 ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ ଝାରସୁଗୁଡ଼ା ଡିଏଭି ଛାତ୍ରଛାତ୍ରୀଙ୍କ ମନୋବିଜ୍ଞାନ ଓ ଆଧ୍ୟାତ୍ମିକତା ବୃଦ୍ଧି ସକାଶେ ମୂଲ୍ୟବୋଧଭିତ୍ତିକ ଶିକ୍ଷା ଆଧାରିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଡିଏଭି ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତାଙ୍କ ପ୍ରତିନିଧିତ୍ୱରେ ମନମୋହନ ଖେଳ ପଡ଼ିଆରେ ଡିଏଭି ପବ୍ଲିକ ସ୍କୁଲର ପ୍ରାୟ ୬୦୦ ଜଣ କିଶୋର ବର୍ଗୀୟ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବ୍ୟାପକ ମୂଲ୍ୟବୋଧଭିତ୍ତିକ ଶିକ୍ଷା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଯହିଁରେ ବେଦ ଓ ଉପନିଷଦର ଜ୍ଞାନାମୃତ ପ୍ରଦାନ କରୁଥିବା ପୂଜନୀୟା ରାସେଶ୍ୱରୀ ଦେବୀଙ୍କ ଅନୁଗାମୀ ତଥା ଅନନ୍ୟା ଦିଦି, ଆରାଧ୍ୟା ଦିଦି, ରାଧିକା ଦିଦି, ଲଲିତା ଦିଦି, ଜ୍ୟୋତି ଭାଇ, ଶ୍ରୀପ୍ରସାଦ ଭାଇ ପ୍ରମୁଖଙ୍କଦ୍ବାରା ଭାବମୟ ଆଧ୍ୟାତ୍ମିକ ପରିବେଶରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମନୋମାନସିକ ଓ ନୈତିକ ଉନ୍ନତିକୁ ଲକ୍ଷ୍ୟଭେଦପୂର୍ବକ ସମସ୍ତଙ୍କୁ ଆତ୍ମଚିନ୍ତନ ଓ ଆତ୍ମବିକାଶ ଦିଗରେ ପ୍ରେରିତ କରିଥିଲା। ବକ୍ତାମାନେ ଜୀବନର ଲକ୍ଷ୍ୟ ନିର୍ଦ୍ଧାରଣ, ଛାତ୍ରଜୀବନରେ ସଂସ୍କାର ଓ ଅନୁଶାସନର ଗୁରୁତ୍ୱ, ଏବଂ ଭୌତିକ ଓ ଆଧ୍ୟାତ୍ମିକ ଚିନ୍ତାଧାରାର ସମନ୍ୱୟ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ବୈଦିକ ବିଚାର ଓ ଉପନିଷଦର ଜ୍ଞାନାମୃତ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଜୀବନର ଗୁଢ଼ ତତ୍ତ୍ୱ ବିଷୟରେ ଅବଗତ କରାଯାଇଥିଲା। କାର୍ଯ୍ୟକ୍ରମରେ ପ୍ରଶ୍ନୋତ୍ତର ଅଧିବେଶନ ମଧ୍ୟ ଆୟୋଜିତ ହୋଇଥିଲା, ଯହିଁରେ ଛାତ୍ରଛାତ୍ରୀମାନେ ନିଜର ଜିଜ୍ଞାସା ଉପସ୍ଥାପନ କରିବା ସହିତ ସଠିକ ମାର୍ଗଦର୍ଶନ ପାଇଥିଲେ। କିଶୋର ଛାତ୍ରଜୀବନ ଲାଗି ସମଗ୍ର କାର୍ଯ୍ୟକ୍ରମଟି ଏକ ପ୍ରେରଣାଦାୟକ ଓ ଶିକ୍ଷାପ୍ରଦ ଅନୁଭବ ହୋଇଥିଲା ଯାହା ଛାତ୍ରଛାତ୍ରୀଙ୍କୁ ନୈତିକ ମୂଲ୍ୟବୋଧରେ ଦୃଢ଼ କରିବା ସହ ସୁସଂସ୍କୃତ ନାଗରିକ ଭାବେ ଗଢ଼ି ତୋଳିବାରେ ସହାୟକ ହେବ ବୋଲି  ଅଭିଭାବକ ମହଲରେ ମତ ପ୍ରକାଶ ପାଇଛି। ବିଭାଗୀୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ସାମିଲ ହୋଇ ଶିକ୍ଷା ସହ ଆଧ୍ୟାତ୍ମିକତା ଓ ମୂଲ୍ୟବୋଧଭିତ୍ତିକ ଶିକ୍ଷାକୁ ଗୁରୁତ୍ଵ ଦେବା ଲାଗି ପ୍ରତିଶ୍ରୁତିବଦ୍ଧ ହୋଇଥିଲେ । ଅନୁପ ମୁନ୍ଦଡ଼ା, କଳ୍ପତରୁ ଶାସମଲ ତଥା ଅନ୍ୟାନ୍ୟ ଶୁଭେଚ୍ଛୁ କାର୍ଯ୍ୟକ୍ରମ ନିର୍ବାହରେ ସହଯୋଗ କରିଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done