ଓଡ଼ିଆ ପକ୍ଷ ପାଳନର ଦଶମ ଦିବସ ଉପଲକ୍ଷେ ଆଜି ଜିଲ୍ଲାରେ "ଲୋକକଳା ପାଇଁ ଦିନଟିଏ" ଉତ୍ସବ ମହା ଆଡମ୍ବର ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି। ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଜିଲ୍ଲା ସଂସ୍କୃତି ଭଵନଠାରେ ଅନୁଷ୍ଠିତ ହୋଇଥିଲା । ଓଡ଼ିଶାର ସମୃଦ୍ଧ ଲୋକକଳା ଓ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ ଏବଂ ପ୍ରଚାର କରିବା ସହିତ ଆଗାମୀ ପିଢ଼ିଙ୍କୁ ଏହା ସହିତ ଯୋଡ଼ିବାର ଲକ୍ଷ୍ୟ ନେଇ ଆୟୋଜିତ ହୋଇଥିଲା।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବ୍ରଜ ବନ୍ଧୁ ଭୋଇ କହିଥିଲେ କି ଆମ ଲୋକକଳା ହେଉଛି ଆମର ପରିଚୟ ଓ ଗର୍ବର ପ୍ରତୀକ। ଏହାକୁ ଜୀବନ୍ତ ରଖିବା ପାଇଁ ଆମେ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ଆବଶ୍ୟକ। ଏଥିସହ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ କିଶୋର ଚନ୍ଦ୍ର ସ୍ୱାଇଁ ଯୁବ ପିଢ଼ିଙ୍କୁ ଲୋକକଳା ପ୍ରତି ଆଗ୍ରହୀ କରାଇବା ଏବଂ ଏହାର ସଂରକ୍ଷଣ ଓ ପ୍ରସାର ପାଇଁ ପ୍ରୋତ୍ସାହିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାସଂସ୍କୃତି ଅଧିକାରୀ ଶ୍ରୀ ହରେକୃଷ୍ଣ ବରିହା, ପ୍ରମୁଖ ଉପସ୍ଥିତ ଥିଲେ I ଉତ୍ସବରେ ବିଶିଷ୍ଟ ଲୋକକଳାକାରଙ୍କୁ ସମ୍ମାନିତ କରାଯାଇ ସେମାନଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ କରାଯାଇଥିଲା। ଏହା ସହିତ ପ୍ରମୁଖ ଲୋକକଳା ଯଥା ନୃତ୍ୟ, ସଙ୍ଗୀତ ଓ ପାରମ୍ପରିକ କଳାର ଆକର୍ଷଣୀୟ ପରିବେଷଣ କରାଯାଇଥିଲା।କାର୍ଯ୍ୟକ୍ରମରେ ଯୁବ ପିଢ଼ିଙ୍କୁ ଲୋକକଳା ପ୍ରତି ଆଗ୍ରହୀ କରାଇବା ଏବଂ ଏହାର ସଂରକ୍ଷଣ ଓ ପ୍ରସାର ପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରାଯାଇଥିଲା।


0 Comments