ପଞ୍ଚପଡା ଶିଶୁ ବିକାଶ ବିଦ୍ୟାମନ୍ଦିରେ ଓଡିଶା ଦିବସ ପାଳିତ


 ପଞ୍ଚପଡା ଶିଶୁ ବିକାଶ ବିଦ୍ୟାମନ୍ଦିର ପରିସରରେ ଏକ ସ୍ୱତନ୍ତ୍ର ଧରଣର କାର୍ଯ୍ୟକ୍ରମ ମାଧ୍ୟମରେ ପବିତ୍ର ଓଡିଶା ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ପଞ୍ଚପଡା ସିଆରସିସି ସୁରଜ ପଟେଲ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି ଉଦଘାଟନ କରିଥିବା ବେଳେ ଶ୍ରୀମତୀ ଯୋଶବନ୍ତୀ ମେହେର ଓ ଶ୍ରୀମତୀ ଜନନୀ ମେହେର ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ରହିଥିଲେ ।ବିଦ୍ୟାଳୟର ସମ୍ପାଦକ ଦିଗାମ୍ବର ମାଝୀ ମଂଚାସୀନ ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହିତ ଓଡିଶା ଦିବସ ଉପରେ ନିଜର ସ୍ୱାଗତ ଅଭିଭାଷଣ ରଖିଥିଲେ ।ମୁଖ୍ୟ ଅତିଥି ଆଜିର ଦିନରେ ଓଡ଼ିଆ ଶିକ୍ଷା ଆମ ଶିଶୁଙ୍କ ପାଇଁ ଅତ୍ୟନ୍ତ ଜରୁରୀ ବୋଲି ଶ୍ରୀ ପଟେଲ କହିଥିଲେ । ଯଶୋବନ୍ତୀ ମେହେର ଶିଶୁମାନଙ୍କର ନିଜର ରୁଚି ଅନୁସାରେ ସେମାନଙ୍କୁ ଭବିଷ୍ୟତରେ ଆଗକୁ ଯିବା ପାଇଁ ସୁଯୋଗ ସୃଷ୍ଟି କରାଯାଉ ବୋଲି କହିଥିବା ବେଳେ ଜନନୀ ମେହେର ଶିକ୍ଷା ସହିତ ଆମର ସଂସ୍କୃତି ସର୍ବଦା ଯୋଡିରହିବା ଦରକାର ବୋଲି କହିଥିଲେ । କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣ କରିଥିଲା ।ଶିଶୁଙ୍କ ମଧ୍ୟରେ ଓଡ଼ିଆ ଜାତିର ବେଶ ପ୍ରତିଯୋଗିତା ଉକ୍ତ ପ୍ରତିଯୋଗିତାରେ ଅନେକ ଶିଶୁଙ୍କୁ ନେଇ ବିଦ୍ୟାଳୟର  ବରିଷ୍ଠ ଆଚାର୍ଯ୍ୟା ମନ୍ଦାକିନୀ ମାକର ପ୍ରତିଯୋଗିତାକୁ ଜୀବନ୍ତ କରିପାରିଥିଲେ । ଶିଶୁଙ୍କ ସମେତ ବିଦ୍ୟାଳୟ କୋଷାଧକ୍ଷା ପ୍ରିୟଙ୍କା ସାହୁ, ମୈଥିଳୀ ସାହୁ, ଚନ୍ଦ୍ରିକା କିସାନ, ଝରଣା ସାହୁ, ବୀଣାପାଣି ପ୍ରଧାନ, କୁସୁମ ନଈ, ଅମୟ ନାଏକ, ଶିବାନୀ ସାହୁ, ଗୋଲାପୀ ପାଣ୍ଡେ, ସବିତା ପାଣ୍ଡେ ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ଓଡ଼ିଆ ଜାତିର ବେଶ ପ୍ରତିଯୋଗିତାରେ ସୁହାନି ବେହେରା, ସୌମ୍ୟା ମେହେର, ଜିଜ୍ଞାସା ମେହେର, କମରନ ସୁନା, ଜାଗୃତି ମେହେର, ବିଷ୍ଣୁପ୍ରିୟା ବେହେରା, ଶୁଭଶ୍ରୀ କଣ୍ଟା ଆଦି କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରି ସମ୍ମାନିତ କରାଯାଇଥିଲା ।

ପରିଶେଷରେ ସାମୂହିକ ଭାବରେ ବନ୍ଦେ ଉତ୍କଳ ଜନନୀ ଗୀତକୁ ଗାନ କରାଯାଇ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ମମତା ସିଂହ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done