ଆଉ ବଢିବନି ବିଧାୟକଙ୍କ ଦରମା


 ଆଉ ବଢିବ ନି ବିଧାୟକଙ୍କ ଦରମା । ବିଧାନସଭାରେ ବିଧାୟକଙ୍କ ଦରମା ବୃଦ୍ଧି ବିଲ୍ ପ୍ରତ୍ୟାହାର ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ବିଧାନସଭା ସଚିବଙ୍କ ପକ୍ଷରୁ ଗୃହର ସମସ୍ତ ସଦସ୍ୟଙ୍କ ପାଖକୁ ଚିଠି କରାଯାଇଛି । ସଂସଦୀୟ ମନ୍ତ୍ରୀ ମୁକେଶ ମହାଲିଂ ଙ୍କ ଠାରୁ ଏନେଇ ନୋଟିସ ଆସିଥିବା ନେଇ ବିଧାନ ସଭା ସଚିବ ଜଣାଇଛନ୍ତି । ଦରମା ବୃଦ୍ଧି ସଂପର୍କୀୟ ବିଲ୍ ପ୍ରତ୍ୟାହାର ପାଇଁ ସଂସଦୀୟ ମନ୍ତ୍ରୀ ଚାହିଁ ଥିବା ନେଇ ସଚିବଙ୍କ ପକ୍ଷରୁ ଅବଗତ କରାଯାଇଛି । ତେବେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ କିଛିଦିନ ତଳେ ଅନେକ ତମ୍ବିତୋଫାନ୍ ସହିତ ଆରୋପ ପ୍ରତ୍ୟାରୋପ ସୃଷ୍ଟି ହୋଇଥିଲା । ଆଉ ଏହାକୁ ନେଇ ବିରୋଧୀ ମଧ୍ୟ ଅନେକ ପ୍ରଶ୍ନ ଉଠାଇଥିଲେ । ଯଦିଓ ପ୍ରଥମେ ଏହାକୁ ସମର୍ଥନ କରିଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ନେଇ ଅନେକ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଥିଲା କିନ୍ତୁ ବର୍ତ୍ତମାନ ଏକ ବଡ ଖବର ଆସୁଛି ଯେ ବିଧାୟକଙ୍କ ଦରମା ବୃଦ୍ଧି କୁ ନେଇ ଯେଉଁ ବିଲ୍ ରହିଥିଲା ସେହି ବିଲ୍ ପ୍ରତ୍ୟାହାର ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଖୁବ୍ ଶୀଘ୍ର ଏହା ଉପରେ ମୋହର ମଧ୍ୟ ଲାଗିବ ଏବଂ ବିଧାୟକଙ୍କ ଦରମା ବୃଦ୍ଧି ହେବ ନାହିଁ ବୋଲି ବର୍ତ୍ତମାନ ବଡ଼ ଖବର ରହିଛି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done