ଝାରସୁଗୁଡ଼ା ରାଜସ୍ୱ ବିଭାଗରେ ବଦଳି ନିୟମ ବାଟବଣା


 ଝାରସୁଗୁଡ଼ା ରାଜସ୍ୱ ବିଭାଗରେ ବଦଳି ନିୟମ ବାଟବଣା : ୩ ବର୍ଷିଆ ନିୟମକୁ ଫୁ’

ରାଜ୍ୟ ରାଜସ୍ୱ ବିଭାଗରେ ସ୍ୱଚ୍ଛତା ଆଣିବା ପାଇଁ ସରକାର କରିଥିବା ବଦଳି ନିୟମ ଝାରସୁଗୁଡ଼ା ଜିଲ୍ଲାରେ ସମ୍ପୂର୍ଣ୍ଣ ରୂପେ ବାଟବଣା ହୋଇଛି । ଗୋଟିଏ ସ୍ଥାନରେ ୩ ବର୍ଷରୁ ଅଧିକ କାଳ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ସରକାରୀ ନିର୍ଦ୍ଦେଶନାମା ଥିଲେ ହେଁ, ଜିଲ୍ଲା ପ୍ରଶାସନ ଏହାକୁ ଖାତିର କରୁନଥିବା ଅଭିଯୋଗ ହେଉଛି । ଏପରିକି ଜଣେ ଜଣେ କର୍ମଚାରୀ ଗୋଟିଏ ସିଟ୍‌ରେ ୫ ରୁ ୭ ବର୍ଷ ଧରି ଜୋକ ଭଳି ମାଡ଼ି ବସିଛନ୍ତି, ଯାହାକି ଭ୍ରଷ୍ଟାଚାର ଓ ସ୍ୱାର୍ଥ ରକ୍ଷାକୁ ପ୍ରୋତ୍ସାହନ ଦେଉଛି ।

ଗତ ୧୮ ସେପ୍ଟେମ୍ବର ୨୦୨୫ରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ ଅଲୋମଣି ସେଠୀ ସମସ୍ତ ଜିଲ୍ଲାପାଳଙ୍କୁ ଏକ ‘ଜରୁରୀ’ ଚିଠି (ନଂ. ୩୫୩୮୯) ଲେଖିଥିଲେ । ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ଥିଲା ଯେ, କଲେକ୍ଟୋରେଟ୍, ସବ୍-କଲେକ୍ଟର ଅଫିସ, ବ୍ଲକ ଏବଂ ତହସିଲରେ ୩ ବର୍ଷରୁ ଅଧିକ ସମୟ ରହିଥିବା ମିନିଷ୍ଟ୍ରିଆଲ୍ ଓ ଫିଲ୍ଡ ଷ୍ଟାଫଙ୍କୁ ତୁରନ୍ତ ବଦଳି କରାଯାଉ । ମାତ୍ର ଝାରସୁଗୁଡ଼ା ଜିଲ୍ଲାରେ ଏହି ନିର୍ଦ୍ଦେଶକୁ ଶୀତଳ ଭଣ୍ଡାରକୁ ପଠାଇ ଦିଆଯାଇଛି ।ଏହି ଅନିୟମିତତା ବିରୋଧରେ ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ବାରିକ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ମୁଖ୍ୟ ଶାସନ ସଚିବ ଓ ରାଜସ୍ବ ବିଭାଗ ସଚିବଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ନିୟମ ଉଲ୍ଲଂଘନ କରି କର୍ମଚାରୀମାନେ ୫-୭ ବର୍ଷ ଧରି ଗୋଟିଏ ସ୍ଥାନରେ ରହିଛନ୍ତି । ଏହି ପ୍ରକ୍ରିୟା ଯୋଗୁଁ ଜନସାଧାରଣ ରାଜସ୍ୱ ସମ୍ପର୍କିତ ସେବା ପାଇବାରେ ଅହେତୁକ ବିଳମ୍ବ ଓ ହଇରାଣ ହେଉଛନ୍ତି।ପ୍ରମେୟ ଭଳି ଆଗଧାଡ଼ିର ଖବରକାଗଜରେ ଏହି ଖବର ପ୍ରକାଶ ପାଇବା ପରେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଉନାହିଁ ।ସୁରେନ୍ଦ୍ରଙ୍କ ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO20261555918), ମୁଖ୍ୟ ଶାସନ ସଚିବ (CS20261555922) ଏବଂ ରାଜସ୍ୱ ବିଭାଗ (DEPT20261555926) ପକ୍ଷରୁ ଅଭିଯୋଗ ପଞ୍ଜିକୃତ କରାଯାଇଛି । ସରକାର ଏହି ମାମଲାରେ କଠୋର ଆଭିମୁଖ୍ୟ ଗ୍ରହଣ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନା ପୂର୍ବ ଭଳି ଚିଠି କେବଳ ଫାଇଲ୍ ତଳେ ଚାପି ହୋଇ ରହିବ, ତାହା ଦେଖିବାକୁ ବାକି ରହିଲା ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done