ଝାରସୁଗୁଡ଼ା,ଜିଲ୍ଲା ପ୍ରଶାସନ ପକ୍ଷରୁ ସାମାଜିକ ସୁରକ୍ଷା ଏବଂ ଶିଶୁ କଲ୍ୟାଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଏକ ଅନ୍ତଃ-ଦେଶୀୟ ସମ୍ପର୍କୀୟ ପୋଷ୍ୟ ସନ୍ତାନ ଗ୍ରହଣ (In-country Relative Adoption) ମାମଲାର ଚୂଡ଼ାନ୍ତ ଶୁଣାଣି ସଫଳତାର ସହ ସମ୍ପାଦିତ ହୋଇଯାଇଛି। ସମସ୍ତ ଆଇନଗତ ପ୍ରକ୍ରିୟାର ଅନୁପାଳନ ପରେ, ଜିଲ୍ଲାପାଳ ଶିଶୁଟିର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପୋଷ୍ୟ ସନ୍ତାନ ଗ୍ରହଣକାରୀ ପିତାମାତା (PAPs)ଙ୍କ ସପକ୍ଷରେ ଚୂଡ଼ାନ୍ତ ଆଦେଶନାମା ଜାରି କରିଛନ୍ତି।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ଶୁଣାଣି ସମୟରେ ଶିଶୁଟିର ଜନ୍ମଦାତା ପିତାମାତା ଏବଂ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିବା ପିତାମାତା ଉଭୟ ପକ୍ଷ ଉପସ୍ଥିତ ଥିଲେ। ଶିଶୁଟିର ସର୍ବାଙ୍ଗୀନ ବିକାଶ ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ଯାଞ୍ଚ ପ୍ରକ୍ରିୟା ଶେଷ କରାଯାଇ ଏହି ସ୍ୱିକୃତି ପ୍ରଦାନ କରାଯାଇଛି।
ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ପ୍ରତିଷ୍ଠାନିକ ଯତ୍ନ କାର୍ଯ୍ୟକ୍ରମ ଅଧିକାରୀ, ଅଣ-ପ୍ରତିଷ୍ଠାନିକ ଯତ୍ନ କାର୍ଯ୍ୟକ୍ରମ ଅଧିକାରୀ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
ଜିଲ୍ଲାପାଳ ଶ୍ରୀ ଚହ୍ବାଣ ପୋଷ୍ୟ ସନ୍ତାନ ଗ୍ରହଣ କରିଥିବା ପରିବାରକୁ ଶୁଭେଚ୍ଛା ଜଣାଇବା ସହ ଶିଶୁଟିର ଉପଯୁକ୍ତ ଯତ୍ନ ଓ ଶିକ୍ଷା ଦିଗରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ।


0 Comments