ଝାରସୁଗୁଡ଼ାରେ ‘ବାଲ୍ୟ ବିବାହ ମୁକ୍ତ ଭାରତ’ ଅଭିଯାନ- କର୍ମଶାଳା ଓ ପଦଯାତ୍ରା ଅନୁଷ୍ଠିତ


 ଝାରସୁଗୁଡ଼ା, ଜିଲ୍ଲା ପ୍ରଶାସନର ସମାଜ ମଙ୍ଗଳ ବିଭାଗ ଏବଂ ଜିଲ୍ଲା ମହିଳା ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ଆଜି “ବାଲ୍ୟ ବିବାହ ମୁକ୍ତ ଭାରତ” ୧୦୦ ଦିନିଆ ଅଭିଯାନ ସମ୍ପର୍କିତ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଓ ପଦଯାତ୍ରା ସଫଳତାର ସହ ସମ୍ପାଦିତ ହୋଇଯାଇଛି. ସବ୍–କଲେକ୍ଟର କନ୍ଫରେନ୍ସ ହଲରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବାଲ୍ୟ ବିବାହ ରୋକିବା ଏବଂ ଶିଶୁ ସୁରକ୍ଷା ଅଧିକାର ସମ୍ପର୍କରେ ବ୍ୟାପକ ଆଲୋଚନା କରାଯାଇଥିଲା।

କର୍ମଶାଳା ପୂର୍ବରୁ ସକାଳ ୯ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ବିଶାଳ ସଚେତନତା ପଦଯାତ୍ରା ବାହାରିଥିଲା। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଜୟନ୍ତୀ ଗର୍ତିଆ ପତାକା ଦେଖାଇ ଏହି ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ଏଥିରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଙ୍ଗନୱାଡ଼ି କର୍ମୀ, ସଖୀ, ଶକ୍ତି ସଦନ ଏବଂ SEHEDA ସଂଗଠନର କର୍ମକର୍ତ୍ତାମାନେ ସାମିଲ ହୋଇ ବାଲ୍ୟ ବିବାହ ବିରୋଧରେ ସ୍ଲୋଗାନ ଦେଇ ଜନସାଧାରଣଙ୍କୁ ସଚେତନ କରିଥିଲେ।

ସବ୍–କଲେକ୍ଟର ଶ୍ରୀ ସବ୍ୟସାଚୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ସିଡବ୍ଲ୍ୟୁସି ଅଧ୍ୟକ୍ଷ ଶ୍ରୀ ଆଶିଷ ପଣ୍ଡା ମୁଖ୍ୟ ସମ୍ପଦ ବ୍ୟକ୍ତି ଭାବେ ଯୋଗଦେଇଥିଲେ। ସେ ଚାଇଲ୍ଡଲାଇନର ଭୂମିକା, ଶିଶୁ ସୁରକ୍ଷା ପାଇଁ ଥିବା ଆଇନଗତ ପଦକ୍ଷେପ ଏବଂ ରେସ୍କ୍ୟୁ ପ୍ରକ୍ରିୟା ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। ଏହି ଅଭିଯାନର ଷ୍ଟାର ପ୍ରଚାରକ ଶ୍ରୀମତୀ ମୀନାକ୍ଷୀ ରାଜ ଏବଂ ଜେଣ୍ଡର ସ୍ପେସିଆଲିଷ୍ଟ ଶ୍ରୀମତୀ ଜୁବ୍ଲି ରାଣୀ ପଟେଲ ଗ୍ରାମାଞ୍ଚଳ ଓ ବିଭିନ୍ନ ଶିକ୍ଷାନୁଷ୍ଠାନରେ ୧୦୦ ଦିନ ଧରି ଚାଲିଥିବା ସଚେତନତା କାର୍ଯ୍ୟକ୍ରମର ସଫଳତା ସମ୍ପର୍କରେ ସୂଚନା ଦେଇଥିଲେ।

କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏଥିସହ ବାଲ୍ୟ ବିବାହ ରୋକିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ସରପଞ୍ଚ, ଶିକ୍ଷକ ଏବଂ ଗ୍ରାମୀଣ କଳାକାରମାନଙ୍କୁ ସମ୍ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଏହି ସମଗ୍ର କାର୍ଯ୍ୟକ୍ରମଟି ଶ୍ରୀମତୀ ଜ୍ଞାନ୍ୟସେନୀ ମହାନନ୍ଦଙ୍କ ଦ୍ୱାରା ସଂଚାଳିତ ହୋଇଥିବା ବେଳେ ଜିଲ୍ଲା ସମନ୍ୱୟକ ଶ୍ରୀ ଲିଲେଶ୍ୱର ସାହୁଙ୍କ ପ୍ରତ୍ୟକ୍ଷ ନିରୀକ୍ଷଣରେ ଏବଂ ଜିଲ୍ଲା ହବର କର୍ମଚାରୀଙ୍କ ସହଯୋଗରେ ସଫଳ ହୋଇଥିଲା।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done