ମନ୍ତ୍ରୀ ସୁରେଶ ପୂଜାରୀ ଶୀଘ୍ର ସୁସ୍ଥ ହେଉନ୍ତୁ ବୋଲି ସମସ୍ତେ ଏକତ୍ରିତ ଭାବେ ପ୍ରାର୍ଥନା କରିଛନ୍ତି


 ଝାରସୁଗୁଡାର ଶ୍ରୀ ପତିତ ପାବନ ଶ୍ରୀ କ୍ଷେତ୍ର ଜଗନ୍ନାଥ ମନ୍ଦିର , ସମ୍ବଲପୁରର ମା ସମଲେଇ ମନ୍ଦିର ଏବଂ ସମ୍ବଲପୁର ର ହୁମା ସ୍ଥିତ ଶିବ ମନ୍ଦିର ଏବଂ ଓଡିଶା ର ବିଭିନ୍ନ ପ୍ରସିଦ୍ଧ ମନ୍ଦିର ଓ ଦେବାଳୟମାନଙ୍କରେ ଓଡ଼ିଶା ମନ୍ଦିର ସେବାୟତ ସଂଘଠନ ପକ୍ଷରୁ ଏକ ବିଶେଷ ପ୍ରାର୍ଥନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏହି ଅବସରରେ ଓଡ଼ିଶାର ମାନ୍ୟବର ରାଜସ୍ବ ଓ ପ୍ରକୃତିକ ବିପର୍ଯୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କର ଶୀଘ୍ର ସୁସ୍ଥତା ଓ ଆରୋଗ୍ୟ କାମନା ପାଇଁ ବିଶେଷ ପୂଜାର୍ଚ୍ଚନା, ଦୀପ ପ୍ରଜ୍ଜ୍ୱଳନ ଓ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରାଯାଇଥିଲା।

ସେବାୟତ ସଂଘଠନର ସଦସ୍ୟମାନେ ମନ୍ତ୍ରୀଙ୍କ ଆରୋଗ୍ୟ ଏବଂ ସୁସ୍ଥତା ପାଇଁ ନିଷ୍ଠାଭରା ପ୍ରାର୍ଥନା କରିଥିଲେ। ଏହି ପୂଜା କାର୍ଯ୍ୟକ୍ରମରେ ବହୁ ସେବାୟତ ଓ ଭକ୍ତମାନେ ଯୋଗଦେଇ ଦୀପ ଜଳାଇ ମନ୍ତ୍ରୀଙ୍କ ଶୀଘ୍ର ସୁସ୍ଥତା ଏବଂ ଆରୋଗ୍ୟ ପାଇଁ ଭଗବାନଙ୍କ ଆଶୀର୍ବାଦ କାମନା କରିଥିଲେ।

ଓଡ଼ିଶା ମନ୍ଦିର ସେବାୟତ ସଂଘଠନ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟର ଜନସେବାରେ ନିରନ୍ତର ନିୟୋଜିତ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଶୀଘ୍ର ସୁସ୍ଥ ହୋଇ ପୁନର୍ବାର ଜନସେବାରେ ନିୟୋଜିତ ହେଉନ୍ତୁ ବୋଲି ସମସ୍ତେ ଏକତ୍ରିତ ଭାବେ ପ୍ରାର୍ଥନା କରିଛନ୍ତି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done